ଭୁବନେଶ୍ଵର: ଆସନ୍ତା ସପ୍ତାହରେ ଆଗୁଆ ୧୦୦ ଲୋକସଭା ପ୍ରାର୍ଥୀ ଘୋଷଣା କରିବ ବିଜେପି । ଏହି ତାଲିକାରେ ଓଡ଼ିଶାର ୫ଟି ପ୍ରମୁଖ ବା ଚର୍ଚ୍ଚିତ ଲୋକସଭା ନିର୍ବାଚନ ମଣ୍ଡଳୀ କଟକ, ଭୁବନେଶ୍ୱର, ସମ୍ବଲପୁର, ପୁରୀ ଓ ସୁନ୍ଦରଗଡ଼ରୁ ବିଜେପିର ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି। ସେପଟେ ବିଜେଡି ବି ପ୍ରାର୍ଥୀ ତାଲିକା ଘୋଷଣା ନେଇ ଜୋରରେ ଅଙ୍କ କଷୁଛି । ଦଳର ପାଖରେ ୧୦ ହଜାରରୁ ଅଧିକ ଆବେଦନ ପହଁଚିଛି । ଆବେଦନକାରୀଙ୍କ ମଧ୍ୟରେ ଜାତୀୟ ରାଜନୈତିକ ଦଳର ନେତା ଏବଂ ଅନେକ ପେଶାଦାର ବ୍ୟକ୍ତି ରହିଛନ୍ତି। ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଏହି ନିର୍ବାଚନରେ ସାଢେ ଚାରି କୋଟି ଓଡିଆଙ୍କ ଆଶୀର୍ବାଦ ବଳରେ ବିଜେଡି ଏକ ଐତିହାସିକ ବିଜୟ ଆଡକୁ ଗତି କରୁଛି । ସେପଟେ କଂଗ୍ରେସ ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରଥମ ପର୍ଯାୟ ପ୍ରାର୍ଥୀ ନାଁ ଘୋଷଣା କରିବାକୁ କସରତ ଆରମ୍ଭ କରିଛି।
wp:heading {"level":4}Also read- ବିଜେପିରେ ମିଶିଲେ ଦେବାଶିଷ ନାୟକ, କିଛି ସମୟ ପୂର୍ବରୁ ଛାଡ଼ିଥିଲେ ବିଜେଡି
/wp:headingନିର୍ବାଚନ ଘୋଷଣା ହୋଇନି। ହେଲେ ପ୍ରାର୍ଥୀ ଘୋଷଣା ଲାଗି ସବୁ ଦଳରେ ବଢୁଛି ବ୍ୟଗ୍ରତା। ଆସନ୍ତା ଗୁରୁବାର ୧୦୦ ସାଂସଦ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିପାରେ ବିଜେପି। ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ପରି ହେଭିୱେଟଙ୍କ ନାଁ ରହିପାରେ। ଏଥିପାଇଁ ୨୯ରେ ବସିପାରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ। ଏଥିରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବାଜିପାରେ ମୋହର।
{"id":913715,"sizeSlug":"full","linkDestination":"none"}
ତାଲିକାରେ ଓଡ଼ିଶାର କିଛି ପ୍ରାର୍ଥୀଙ୍କ ନାଁ ସାମ୍ନାକୁ ଆସିପାରେ। ଓଡ଼ିଶାର ୫ ଚର୍ଚ୍ଚିତ ଲୋକସଭା ନିର୍ବାଚନ ମଣ୍ଡଳୀ କଟକ, ଭୁବନେଶ୍ବର, ସମ୍ବଲପୁର, ପୁରୀ ଓ ସୁନ୍ଦରଗଡ଼ର ଆସନ ପାଇଁ ହୋଇପାରେ ପ୍ରାର୍ଥୀ ଘୋଷଣା। ସମ୍ବଲପୁରରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ସମ୍ବିତ ପାତ୍ର, ଭୁବନେଶ୍ବରରୁ ଅପରାଜିତା ଷଡଙ୍ଗୀ, ସୁନ୍ଦରଗଡରୁ ଜୁଏଲ ଓରାମଙ୍କ ନାଁ ଘୋଷଣା କରିପାରେ ବିଜେପି। ଆଗୁଆ ପ୍ରାର୍ଥୀ ଘୋଷଣା ଦଳର ଏକ ରଣନୀତି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
{"id":913716,"sizeSlug":"full","linkDestination":"none"}
ସେପଟେ ପ୍ରାର୍ଥୀ ତାଲିକାକୁ ନେଇ ଜୋରସୋରରେ ଅଙ୍କ କଷୁଛି ବିଜେଡି। ପ୍ରାର୍ଥୀ ହେବାକୁ ଦଳର ପାଖରେ ୧୦ ହଜାରରୁ ଅଧିକ ଆବେଦନ ପହଁଚିଛି। ଆବେଦନକାରୀଙ୍କ ମଧ୍ୟରେ ଜାତୀୟ ରାଜନୈତିକ ଦଳର ନେତା ଏବଂ ଅନେକ ପେଶାଦାର ବ୍ୟକ୍ତି ରହିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ଏହି ସୂଚନା ଦେଇଛନ୍ତି ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ପ୍ରଣବ ଲେଖିଛନ୍ତି ପଂଚାୟତ ନିର୍ବାଚନ ଭଳି ସାଧାରଣ ନିର୍ବାଚନରେ ମଧ୍ୟ ବିଜେଡି ପୁଣିଥରେ ବିଜୟୀ ହେବ । ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ସରକାର ଗଢିବେ। ୨୦୨୨ ପଂଚାୟତ ନିର୍ବାଚନରେ ୫୨ ପ୍ରତିଶତରୁ ଅଧିକ ଭୋଟ୍ ହାର ସହ ୩୦ରୁ ୩୦ ଜିଲ୍ଲା ପରିଷଦରେ ଜିତିଥିଲା ବିଜୁ ଜନତା ଦଳ। ଆମର ଦୃଢ ବିଶ୍ବାସ ଏହି ନିର୍ବାଚନରେ ସାଢେ ଚାରି କୋଟି ଓଡିଆଙ୍କ ଆଶୀର୍ବାଦ ବଳରେ ବିଜେଡି ଏକ ଐତିହାସିକ ବିଜୟ ଆଡକୁ ଗତି କରୁଛି। ଲଗାତର ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଓଡିଶା ବାସି ମନସ୍ଥିର କରିସାରିଛନ୍ତି।
{"id":913717,"sizeSlug":"full","linkDestination":"none"}
କଂଗ୍ରେସ ମଧ୍ୟ ଆଗୁଆ ଟିକେଟ ଘୋଷଣା ଲାଗି ପ୍ରସୁତି ଚଳାଇଛି। ପ୍ରଗମନ ଆପ ମାଧ୍ୟାମରେ ବିଧାନସଭା ପାଇଁ ତିନି ହଜାର ଏବଂ ଲୋକସଭା ପାଇଁ ୭ଶହ ପ୍ରାର୍ଥୀ ଆବେଦନ କରିଛନ୍ତି l ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରଥମ ପର୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ କସରତ ଆରମ୍ଭ କରିଛି ଦଳ। ଆଶାୟୀଙ୍କ ସଟଲିଷ୍ଟ କରାଯାଇ ସାରିଛି। ୨୭ ତାରିଖରେ ଦିଲ୍ଲୀରେ ସ୍କ୍ରିନିଂ କମିଟି ବୈଠକ ବସିବ । ମାର୍ଚ୍ଚ ପ୍ରଥମ ସପ୍ତାହରେ ଦଳ ପ୍ରଥମ ପର୍ଯାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବ। ପ୍ରଥମ ପର୍ଯାୟରେ ପଖାପଖି ୭୦ ବିଧାନସଭା ଏବଂ ୧୪ ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିବ । ସବୁ ଦଳ ଏବେ ପ୍ରାର୍ଥୀ ପାଇଁ କମର କଷିବା ଆରମ୍ଭ କରିଦେଇଛନ୍ତି । ତେବେ କିଏ ଆଗୁଆ ପ୍ରାର୍ଥୀ ଘୋଷଣା କରୁଛି ତାହା ଦେଖିବାର କଥା ।