ଜୋର ଧରିଲାଣି ନେତାଙ୍କ ଟିକେଟ୍ କସରତ, ତିନି ଦଳ ପାଇଁ ପ୍ରାର୍ଥୀ ଚୟନ ବଡ଼ ଚ୍ୟାଲେଞ୍ଜ

Published By : Prameya-News7 Bureau | February 27, 2024 IST

ଭୁବନେଶ୍ଵର: ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣାକୁ ଗୁରୁତ୍ବ ଦେଉଛନ୍ତି ପ୍ରାୟ ସବୁ ରାଜନୈତିକ ଦଳ । ଏହାରି ଭିତରେ   ଆରମ୍ଭ ହୋଇଗଲାଣି ନେତାଙ୍କ ଟିକେଟ୍ କସରତ । ପ୍ରାର୍ଥୀ ଚୟନ ଏବେ ସବୁ ଦଳ ପାଇଁ ହୋଇଛି ମୁଖ୍ୟ ଚାଲେଞ୍ଜ । ଆଜି ନବୀନ ନିବାସରେ ଜମିଥିଲା ଆଶାୟୀଙ୍କ ଭିଡ଼ । ଆଉ  ଭିଡ଼ ଭିତରେ ଦେଖିବାକୁ ମିଳିଥିଲା ଅନେକ ନୂଆ-ପୁରୁଣା ମୁହଁ । ଟିକେଟ୍ ଆଶାରେ ନିଜ ନିଜ ପ୍ରୋଫାଇଲ ଧରି ପହଞ୍ଚିଥିଲେ ନବୀନ ନିବାସରେ । ସେପଟେ ଟିକେଟ୍ କସରତରୁ ବାଦ୍ ପଡ଼ିନାହାନ୍ତି ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ । ଚାଲନ୍ତୁ ସବୁ ଦଳର ଏକ୍ସରସାଇଜ୍ ଉପରେ ଟିକେ ନଜର ପକାଇବା ।

wp:heading {"level":4}

Also read- ମାର୍ଚ୍ଚ ପ୍ରଥମ ସପ୍ତାହରେ ଆସିବେ ପ୍ରଧାନମନ୍ତ୍ରୀ, ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି

/wp:heading

ମୁଣ୍ଡ ଉପରେ ନିର୍ବାଚନ । ଆଗୁଆ ପ୍ରାର୍ଥୀ ଘୋଷଣା କରି ଭୋଟ୍ ପାଇଁ ପ୍ରସ୍ତୁତ ହେବାକୁ ସବୁ ଦଳ ଏବେ ଅଙ୍କ କଷିବାରେ ବ୍ୟସ୍ତ । ଏହାରି ଭିତରେ ଜୋର୍ ଧରିଛି ଟିକେଟ୍ କସରତ । ଓ୍ବିନିଂ ପସିବିଲିଟି ଥିବା ପ୍ରାର୍ଥୀ ଚୟନ ଏବେ ସବୁ ଦଳ ପାଇଁ ହୋଇଛି ବଡ଼ ଚାଲେଞ୍ଜ । ଏସବୁ ଭିତରେ ଆଜି ନବୀନ ନିବାସରେ ନଜର ଆସିଥିଲା ନେତାଙ୍କ ଭିଡ଼ । ପୁରୁଣା ନେତା ଓ ମନ୍ତ୍ରୀଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା । ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ରମେଶ ମାଝି, ସାଂସଦ ସସ୍ମିତ୍ ପାତ୍ର, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସମେତ ଅନେକ ନେତାଙ୍କୁ ଦେଖିବାକୁ ମିଳିଥିଲା ନବୀନ ନିବାସରେ ।

{"id":914553,"sizeSlug":"full","linkDestination":"none"}

ଏଥି ସହ ହାତରେ ନିଜ ନିଜ ପ୍ରୋଫାଇଲ ଧରି ଟିକେଟ ଆଶାରେ ନବୀନ ନିବାସ ପହଞ୍ଚିଥିଲେ ଅନେକ ନୂଆ ଆଶାୟୀ । ନିକଟରେ ବିଜେଡି ସଂଗଠନ ସମ୍ପାଦକ କହିଥିଲେ, ବିଜେଡି ପ୍ରାର୍ଥୀ ପାଇଁ ସାରା ରାଜ୍ୟରୁ ୧୦ହଜାର ଆବେଦନ ଆସିଛି । ଏମିତିରେ ଦଳ ପାଇଁ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ଲାଗି ଉପଯୁକ୍ତ ପ୍ରାର୍ଥୀ ଚୟନ ମୁଖ୍ୟ ଚ୍ୟାଲେଞ୍ଜ ହେବ । ଯେହେତୁ ବିଜେଡିର ଲୋକପ୍ରିୟତା ରହିଛି ତେଣୁ ଏହି ଦଳରେ ଟିକେଟ୍ ଆଶାୟୀଙ୍କ ସଂଖ୍ୟା ମଧ୍ୟ ଢ଼େର୍ ଅଧିକ ରହିଛି । ତେବେ ବିଧାନସଭା ହେଉ କି ଲୋକସଭା, କିଏ କେଉଁଠୁ ଲଢ଼ିବେ ତା’ର ନିଷ୍ପତ୍ତି ନେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ସେପଟେ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସରେ ମଧ୍ୟ ଜୋର୍ ଧରିଲାଣି ଟିକେଟ୍ କସରତ । ଖୁବ୍ ଶୀଘ୍ର କେନ୍ଦ୍ରୀୟ ବିଜେପି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୦୦ ଲୋକସଭା ଆସନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା ହୋଇପାରେ । ଏହା ଭିତରେ ଓଡ଼ିଶାର ପାଖାପାଖି ୫ଟି ସିଟ୍‌ରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟରେ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଆଜି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ହୋଇଥିଲା । ଯେଉଁଥିରେ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ସିଂହ ତୋମାର, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଦଳର ବରିଷ୍ଠ ପଦାଧିକାରୀମାନେ ସାମିଲ ହୋଇଥିଲେ ।

{"id":914554,"sizeSlug":"full","linkDestination":"none"}

ପ୍ରାର୍ଥୀଙ୍କ ନାଁ ଚୁଡ଼ାନ୍ତ କରିବାକୁ ପ୍ରତି ସଂସଦୀୟ କ୍ଷେତ୍ର ପାଇଁ ଦୁଇ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ସେମାନେ ନିର୍ବାଚନ ମଣ୍ଡଳି ଗସ୍ତ କରି ମାର୍ଚ୍ଚ ୧ ପୂର୍ବରୁ ରିପୋର୍ଟ ଦେବେ । ସେହିଭଳି ମାର୍ଚ୍ଚ ୨ରେ ବିଧାନସଭା କ୍ଷେତ୍ରରେ କୋର କମିଟି ଓ ନିର୍ବାଚନ ପରିଚାଳନା କମିଟି  ବୈଠକ ବସିବ । ଏଥିରେ ବିଧାନସଭା ସମ୍ପର୍କିତ ଆଲୋଚନା ପରେ  ୩ ତାରିଖ ସୁଦ୍ଧା ରିପୋର୍ଟ ପ୍ରସ୍ତୁତ ହେବ । ଏହାପରେ କେନ୍ଦ୍ରୀୟ କମିଟି ପ୍ରାର୍ଥୀ ଘୋଷଣା କରିବେ ।ସେହିଭଳି ଆସନ୍ତା ୨୯ ତାରିଖ ସୁଦ୍ଧା ନିର୍ବାଚନୀ ଇସ୍ତାହାର କମିଟିର ଶୁଭାରମ୍ଭ ହେବା ସହ ଚାର୍ଜସିଟ୍ କମିଟି ତାଙ୍କ ଇସ୍ତାହାର ପ୍ରସ୍ତୁତି ଓ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତି  ସାରିବେ ବୋଲି କହିଛନ୍ତି ରାଜ୍ୟ  ବିଜେପି ସଭାପତି ।

{"id":914555,"sizeSlug":"full","linkDestination":"none"}

ସେହିଭଳି  ସାମ୍ବାବ୍ୟ ପ୍ରାର୍ଥୀ ତାଲିକା ନେଇ ଆଜି ଦିଲ୍ଲୀରେ ଚାଲିଛି ଓଡିଶା କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ । AICC ୱାର ରୁମରେ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ  କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରମ୍ମୁଖ ଉପସ୍ଥିତ ଥିଲେ । ରାଜ୍ୟର ୨୧  ଲୋକସଭା ସିଟ୍ କୁ ନେଇ ଆଲେଚନା ସରିଛି । ଲୋକସଭା ଲଢିବାକୁ  ୭ଶହ ଆଶାୟୀ ଆବେଦନ କରିଥିଲେ ।ସେମାନଙ୍କ ମଧ୍ୟରୁ ପ୍ରାର୍ଥୀଙ୍କ ନାଁ ସଟଲିଷ୍ଟ କରାଯାଇଛି । ୯ ତାରିଖରେ ପୁଣି   ବିଧାନସଭା ସିଟ୍ କୁ ନେଇ ହେବ ବୈଠକ । ସେଇ ବୈଠକ ପରେ ସଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ନାଁ କଂଗ୍ରେସ ସେଣ୍ଟ୍ରାଲ ଇଲେକ୍ସନ କମିଟିକୁ ପଠାଯିବ ।  ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ  ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବାକୁ ଏବେ ସବୁ ଦଳରେ ଆରମ୍ଭ ହୋଇଯାଇଛି ଜୋରଦାର କସରତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.