ଦଳ ଛାଡୁଥିବା ନେତାଙ୍କ ଭବିଷ୍ୟତ ନାହିଁ, ବିଜେଡି ୧୨୦ ବିଧାନସଭା ଓ ୧୭ ଲୋକସଭା ସିଟ୍ ଜିତିବ: ସସ୍ମିତ ପାତ୍ର

Published By : Prameya-News7 Bureau | March 02, 2024 IST

ଭୁବନେଶ୍ଵର: ନିର୍ବାଚନ ଯେତିକି ପାଖଉଛି ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ମେଣ୍ଟ ଚର୍ଚ୍ଚାକୁ ବିଜେପିର ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ରାଜ୍ୟ ବିଜେପି ସଭାପତି ଖଣ୍ଡନ କରିବା ପରେ ବିଜେଡି ମଧ୍ୟ ଏମିତି ଚର୍ଚ୍ଚାକୁ ଅମୂଳକ କହିଛି। ବିଜେପି ସହ ମେଣ୍ଟ ଚର୍ଚ୍ଚାକୁ ଗୁଜବ ବୋଲି କହିଛି ବିଜୁ ଜନତା ଦଳ। ଶନିବାର ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

ସେ କହିଛନ୍ତି ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ୧୨୦ ବିଧାନସଭା ଓ ୧୭ ଲୋକସଭା ସିଟ୍ ଜିତିବ । ମେଣ୍ଟ ନେଇ ବିଜେପି ଗଣମାଧ୍ୟମରେ ପ୍ରଚାର କରୁଛି। ବିଜେଡି ଛାଡୁଥିବା ନେତାଙ୍କୁ ବିଜେପି ପାଛୋଟି ନେଉଛି। ଆମ ଦଳ ଛାଡିଥିବା ନେତାଙ୍କର ଆଉ କିଛି ଭବିଷ୍ୟତ ନାହିଁ। ଅରବିନ୍ଦ ଢ଼ାଲିଙ୍କୁ ଚଳିତ ଥର ଟିକେଟ ଦିଆଯିବ ନାହିଁ ବୋଲି କୁହା ଯାଇଥିଲା। ଯେଉଁ ମାନେ ଦଳ ଛାଡିଛନ୍ତି ତାଙ୍କୁ ଟିକେଟ ଦିଆଯିବ ନାହିଁ ବୋଲି କୁହାଯାଇଛି। ତେଣୁ ସେମାନେ ଦଳ ଛାଡ଼ୁଛନ୍ତି ଆଉ ବିଜେପି ସେମାନଙ୍କୁ ପାଛୋଟି ନେଉଛି ବୋଲି ସସ୍ମିତ ପାତ୍ର କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ବିଜେଡି ଓ ବିଜେପି ମେଣ୍ଟ ହେବାର ପ୍ରଶ୍ନ ଉଠୁ ନାହିଁ। ଏହା କେବଳ ଗୁଜବ ମାତ୍ର।

wp:heading {"level":4}

Also read- ରାଜନୀତିରୁ ମୁକ୍ତ ହେବେ ଗୌତମ ଗମ୍ଭୀର; ପିଏମ୍ ମୋଦିଙ୍କୁ ଜଣାଇଲେ ଧନ୍ୟବାଦ

/wp:heading

ସୂଚନାଯୋଗ୍ୟ, ବିଜେପି ମଧ୍ୟ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଛି। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ଆଜି କହିଛନ୍ତି, ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବାର ପ୍ରଶ୍ନ ଉଠୁନି। ଏ ବିଷୟରେ କୌଣସି ଆଲୋଚନା ହୋଇନି। ଦଳ ଏକାକୀ ନିର୍ବାଚନ ଲଢିବ ଏବଂ ବିଧାନସଭାରେ ୮୦ ଓ ଲୋକସଭାରେ ୧୭ ଆସନ ଜିତିବ। ସେହିପରି ଗତକାଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ବିଜେଡି ସହ କୌଣସି ମେଣ୍ଟ ହେଉ ନ ଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.