୨୦୨୪ ଫେବୃୟାରୀରେ ଯୋଡିହେଲା ଆଉ ଗୋଟିଏ ଦିନ, ୪ ବର୍ଷରେ ପାଳିତ ହେଲା ଅଧିବର୍ଷ

Published By : Prameya-News7 Bureau | February 29, 2024 IST

ଭୁବନେଶ୍ୱର ୨୯/୦୧: ଫେବୃଆରୀ ମାସ ୨୮ ତାରିଖରେ ଶେଷ ହୁଏ । ହେଲେ ଚଳିତବର୍ଷ ଫେବୃଆରୀ ୨୮ଦିନ ପରିବର୍ତ୍ତେ ୨୯ ଦିନ ହେବ । ଅର୍ଥାତ୍‌ ଏହି ବର୍ଷ ଫେବୃଆରୀରେ ଏକ ଅତିରିକ୍ତ ଦିନ ରହିବ । ଯାହା ଅଧି ବର୍ଷ ବା ଇଂରାଜୀରେ "ଲିପ୍‌ ଇୟର୍‌’ ଭାବେ ପରିଚିତ । ଏହି ଦିନ ଜନ୍ମିତ ବ୍ୟକ୍ତି ବା ଯାହାର ବିବାହ ହୋଇଥିବ, ସେମାନେ ୪ବର୍ଷରେ ଥରେ ବାର୍ଷିକୀ ପାଳନ କରନ୍ତି ।

ଗୁରୁବାର ମଧ୍ୟ ବହୁ ଲୋକ ଏହି ଦିନକୁ ବଡ଼ ଉତ୍ସାହର ସହ ପାଳନ କରିବେ । କ୍ୟାଲେଣ୍ଡର ବର୍ଷକୁ ୩୬୫ ଦିନ ଧରାଯାଏ । ଫଳରେ, ପ୍ରତିବର୍ଷ ଅତିରିକ୍ତ ୫ ଘଣ୍ଟା ୪୮ ମିନିଟ୍‌ ୫୬ ସେକେଣ୍ଡ୍‌ ବଳି ପଡେ । ପ୍ରାୟ ୪ ବର୍ଷରେ ଗୋଟିଏ ଅତିରିକ୍ତ ଦିନ ବଳିପଡେ । ଏହା ଫଳରେ ଉତ୍ତର ଗୋଲାର୍ଦ୍ଧରେ ଜୁନ୍‌ ମାସରେ ପଡୁଥିବା ଗ୍ରୀଷ୍ମ ଋତୁ ପ୍ରାୟ ୭୦୦ ବର୍ଷ ମଧ୍ୟରେ ଡିସେମ୍ବର ମାସରେ ପଡିଲା ।

ତେଣୁ ଏହାର ସଂଶାଧନ ପାଇଁ ପ୍ରତି ଚାରି ବର୍ଷରେ ଫେବୃଆରୀ ମାସରେ ଏକ ଅତିରିକ୍ତ ଦିନ ଯୋଗ କରି କ୍ୟାଲେଣ୍ଡରର ବର୍ଷଗୁଡିକୁ ଋତୁ ସହ ସମାନ କରାଗଲା କିନ୍ତୁ ଏହା ମଧ୍ୟ ପୁରା ଠିକ୍‌ ହେଲାନାହିଁ । କାରଣ ପ୍ରତି ବର୍ଷ ଅତିରିକ୍ତ ୫ ଘଣ୍ଟା ୪୮ ମିନିଟ୍‌ ୫୬ ସେକେଣ୍ଡ୍‌ ସ୍ଥାନରେ ବର୍ଷକୁ ୬ ଘଣ୍ଟା ସଂଶୋଧନ କଲେ, ପୁନର୍ବାର ବର୍ଷକୁ ୧୧ ମିନିଟ୍‌ ୪ ସେକେଣ୍ଡ୍‌ କମିବାରେ ଲାଗିଲା ।

ତେଣୁ ପୁନର୍ବାର ଏକ ସଂଶୋଧନର ଆବଶ୍ୟକତା ପଡିଲା । ପରେ ନିୟମ କରାଗଲା ଯେ ଚାରି ଦ୍ୱାରା ବିଭାଜିତ ବର୍ଷଗୁଡିକରେ ଫେବୃଆରୀ ମାସରେ ଏକ ଅତିରିକ୍ତ ଦିନ ଯୋଗ କରାଯିବ । କିନ୍ତୁ ଯଦି ବର୍ଷଟି ୧୦୦ ଦ୍ୱାରା ବିଭାଜିତ ହୁଏ ଏବଂ ୪୦୦ ଦ୍ୱାରା ବିଭାଜିତ ନହୁଏ, ତେବେ ଅଧି ବର୍ଷକୁ ଏଡ଼ାଇ ଦିଆଯିବ ଅର୍ଥାତ ସେହି ବର୍ଷ ଫେବୃଆରୀ ମାସରେ ଏକ ଅତିରିକ୍ତ ଦିନ ଯୋଗ କରାଯିବ ନାହିଁ ।

ଉଦାହରଣ ସ୍ୱରୂପ ୨୦୦୦ ମସିହା ଏକ ଅଧି ବର୍ଷ ଥିଲା, କିନ୍ତୁ ୧୭୦୦, ୧୮୦୦, ଏବଂ ୧୯୦୦ ମସିହାକୁ ଅଧିବର୍ଷ ରୂପେ ଗଣନା କରାଯାଇନଥିଲା । ପରବର୍ତ୍ତୀ ୨୧୦୦, ୨୨୦୦ ଏବଂ ୨୩୦୦ ମସିହାକୁ ଅଧିବର୍ଷ ରୂପେ ଗଣନା କରାଯିବ ନାହିଁ କିନ୍ତୁ ୨୪୦୦ ମସିହାକୁ ଅଧିବର୍ଷ ରୂପେ ଗଣନା କରାଯିବ ।

you can also read...

wp:embed {"url":"https://www.prameyanews7.com/most-unique-hotel-in-the-world-hotel-arbez-distributed-in-two-countries/","type":"wp-embed","providerNameSlug":"prameya-news-7"}
https://www.prameyanews7.com/most-unique-hotel-in-the-world-hotel-arbez-distributed-in-two-countries/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.