ମିସ୍‌ବାଙ୍କ ଭବିଷ୍ୟବାଣୀ, ଏହି ଦଳ ହେବ ୨୦୨୩ ଦିନିକିଆ ବିଶ୍ୱକପ୍‌ ଚମ୍ପିୟାନ୍‌

Published By : Prameya-News7 Bureau | June 15, 2023 IST

ମୁମ୍ବାଇ ୧୫।୦୬ : ଦିନିକିଆ ବିଶ୍ୱକପ୍‌ ୨୦୨୩ । ଆଉ କେଇଟା ମାସ ପରେ ଆରମ୍ଭ ହେବ କ୍ରିକେଟ୍‌ ମହାକୁମ୍ଭ । ସବୁ ଦଳ ନିଜର ପ୍ରସ୍ତୁତିକୁ ଜୋରାଦାର କରିଛନ୍ତି । ଚଳିତ ବିଶ୍ୱକପ୍‌ ଜିତିବା ସମସ୍ତ ଟିମ୍‌ର ଲକ୍ଷ୍ୟ । ଏହିକ୍ରମରେ ପାକିସ୍ତାନର ପୂର୍ବତନ ଅଧିନାୟକ ଏକ ବଡ଼ ବୟାନ ଦେଇଛନ୍ତି ।

wp:embed {"url":"https://www.prameyanews7.com/new-team-in-west-indies-tour/","type":"wp-embed","providerNameSlug":"prameya-news-7"}
https://www.prameyanews7.com/new-team-in-west-indies-tour/
/wp:embed

ସେ କହିଛନ୍ତି ଯେ, ଆଉ ଦିନ କେଇଟା ପରେ ଭାରତରେ ହେବ ଦିନିକିଆ ବିଶ୍ୱକପ୍‌ ୨୦୨୩ । ଏହି ଟିମ୍‌ରେ ଦୁଇଟି ଫେବରିଟ୍‌ ରହିଛି । ଯାହାକି ସେମାନଙ୍କ ମଧ୍ୟରେ ଫାଇନାଲ ହିଁ ହେବ । ସେହି ଦୁଇଟି ଟିମ୍‌ ହେଉଛନ୍ତି ଭାରତ-ପାକିସ୍ତାନ । ଉଭୟ ଟିମ୍‌ ଏବେ ଜୋରାଦାର ଫର୍ମରେ ଅଛନ୍ତି । ଏହି ଦୁଇ ଦଳରେ ଅନେକ ଷ୍ଟାର ଖେଳାଳି ଅଛନ୍ତି । ଯାହାକି ବିଶ୍ୱକପରେ ସେମାନଙ୍କ ଦଳ ପାଇଁ ଟ୍ରମ୍ପ କାର୍ଡ ସାଜିବେ ।

wp:embed {"url":"https://www.prameyanews7.com/wtc-2023-prize-money/","type":"wp-embed","providerNameSlug":"prameya-news-7"}
https://www.prameyanews7.com/wtc-2023-prize-money/
/wp:embed

ଭାରତରେ ହିଁ ଖେଳାଯିବ ଦିନିକିଆ ବିଶ୍ୱକପ୍‌ ୨୦୨୩ । ଅକ୍ଟୋବର ୫ରୁ ବିଶ୍ୱକପ୍‌ ଆରମ୍ଭ ହେବାକୁ ଥିବା ବେଳେ ୧୯ ନଭେମ୍ବରରେ ଫାଇନାଲ ମ୍ୟାଚ୍‌ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ ଟି ଟିମ୍‌ ଭାଗ ନେବେ । ବିଶ୍ୱକପ୍‌ ୨୦୨୩ରେ ମୋଟ ୪୮ଟି ମ୍ୟାଚ୍‌ ଖେଳାଯିବ।  

wp:embed {"url":"https://www.prameyanews7.com/10-icc-tournament-india-hanve-no-trophy/","type":"wp-embed","providerNameSlug":"prameya-news-7"}
https://www.prameyanews7.com/10-icc-tournament-india-hanve-no-trophy/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.