ବିସିସିଆଇ ହାତରୁ ଯାଇପାରେ କ୍ରିକେଟ୍ ୱାଲର୍ଡ କପ ୨୦୨୩ର ଆୟୋଜନ, ଆଇସିସି ସହ ରହିଛି ବିବାଦ

Published By : Prameya-News7 Bureau | December 17, 2022 IST

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଅକ୍ଟୋବର-ନଭେମ୍ୱରରେ ବିସିସିଆଇ ଭାରତରେ ଆଇସିସି କ୍ରିକେଟ ୱାଲର୍ଡ ୨୦୨୩ର ଆୟୋଜନ କରିବ । ଏଥିପାଇଁ ବିସିସିଆଇ ସମସ୍ତ ପ୍ରସ୍ତୁତି ଜାରି ରଖିଛି, କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଉପରେ ଏକ ବଡ଼ ସଂକଟ ଦେଖାଦେଇଛି । ବିସିସିଆଇ ଏବଂ ଆଇସିସି ମଧ୍ୟରେ ଟ୍ୟାକ୍ସକୁ ନେଇ ବିବାଦ ବଡ଼ ହୋଇଛି । ଯଦି ଏହି ବିବାଦର ସମାଧାନ ନହୁଏ ତେବେ ଦିନିକିଆ ୱାଲର୍ଡ କପର ଆୟୋଜନ ଭାରତ ହାତରୁ ଯାଇପାରେ।

ଟିକସ ବିବାଦକୁ ନେଇ ଆଇସିସି ଏବଂ ବିସିସିଆଇ ମୁହାଁମୁହିଁ ହୋଇଛନ୍ତି । ଏହି ବିବାଦ ଅନେକ ଦିନରୁ ଜାରି ରହିଛି । ମିଡିଆ ରିପୋର୍ଟ ଅନୁସାରେ ଆଇସିସି ସ୍ପଷ୍ଟ କରିଛି ଯେ ଦିନିକିଆ ୱାଲର୍ଡ କପ ୨୦୨୩ର ଆୟୋଜନ ଦାୟିତ୍ୱ ସେତେବେଳେ ମିଳିବି ଯେବେ ବିସିସିଆଇ ଭାରତ ସରକାରଙ୍କ ଠାରୁ ଟ୍ୟାକ୍ସ ରିହାତିର ବ୍ୟବସ୍ଥା କରିବ କିମ୍ୱା ନିଜେ ତାହା ବହନ କରିବ । ଭାରତ ସରକାରଙ୍କ ନିକଟରେ ଏହାର ସମାଧାନ ବାହାର କରିବା ବର୍ତ୍ତମାନ ସମୟରେ ସମ୍ଭବ ନୁହେଁ, କାରଣ କେନ୍ଦ୍ର ସରକାର ଏହିପରି କୌଣସି ଇଭେଣ୍ଟ ପାଇଁ ରିହାତି ଦେଇ ନଥାନ୍ତି ।

ଉଲ୍ଲେଖଯୋଗ୍ୟ ଯେ ୨୦୧୬ରେ ଭାରତ ଟି-୨୦ ବିଶ୍ୱ କପର ଆୟୋଜନ ହୋଇଥିଲା । ବିସିସିଆଇ ଟୁର୍ଣ୍ଣାମେଣ୍ଟର ଆୟୋଜକ ଥିଲା, ସେହି ସମୟରେ ମଧ୍ୟ ଟ୍ୟାକ୍ସକୁ ନେଇ ଆଇସିସି ଏବଂ ବିସିସିଆଇ ମଧ୍ୟରେ ବିବାଦ ହୋଇଥିଲେ । ପ୍ରାୟ ୨୦୦ କୋଟି ଦିଆଯିବା ପରେ ଏହି ବିବାଦ ଶାନ୍ତ ହୋଇଥିଲେ । ସେହି ସମୟରେ ମଧ୍ୟ ବିସିସିଆଇ ଭାରତ ସରକାରଙ୍କ ଠାରୁ ଟ୍ୟାକ୍ସ ରିହାତି ହାସଲ କରିପାରି ନଥିଲା ।

ଆଇସିସିର ନିୟମ ଅନୁସାରେ, ଆଇସିସି ଇଭେଣ୍ଟ ଆୟୋଜନ କରିବାକୁ ଯାଉଥିବା ଦେଶକୁ ନିଜ ସରକାର ସହ ସମନ୍ୱୟ ରକ୍ଷା କରି ଟ୍ୟାକ୍ସରେ ରିହାତି ବ୍ୟବସ୍ଥା କରାଇବାକୁ ପଡିବ । କିନ୍ତୁ ବିସିସିଆଇ ଏପରି କରାଇବାରେ ଅସମର୍ଥ, କାରଣ ଭାରତ ସରକାରଙ୍କ ନୀତିରେ ଏପରି କୌଣସି ବ୍ୟବସ୍ଥା ନାହିଁ । ଯଦି ବିସିସିଆଇ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବାକୁ ଚାହେଁ ତେବେ ଆଇସିସିକୁ ତାର ସେୟାର ଦେବାକୁ ପଡିବ । ଏହି ରାଶି ପ୍ରାୟ ୯୦୦ କୋଟି ଟଙ୍କା ହେବ । ଯଦି ବିସିସିଆଇ ଟ୍ୟାକ୍ସରେ ରିହାତି କିମ୍ୱା ୯୦୦ କୋଟି ବହନ କରିବା ପାଇଁ ରାଜି ନହୁଏ ତେବେ ଆଇସିସି ବିଶ୍ୱ କପର ଆୟୋଜନ ଛଡାଇ ନେଇପାରେ । ଡିସେମ୍ୱର ୨୧ରେ ହେବାକୁ ଥିବା ବିସିସିଆଇର ଆପେକ୍ସ କାଉନସିଲ ବୈଠକରେ ଏହାର ଉପରେ ଆଲୋଚନା ହୋଇପାରେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.