GT,CSK ଏବଂ LSG ଆଇପିଏଲ ପ୍ଲେଅଫରେ କଲେ ପ୍ରବେଶ, ଚତୁର୍ଥ ସ୍ଥାନ ପାଇଁ ୩ ଟିମ୍ ମଧ୍ୟରେ ଲଢେଇ

Published By : Prameya-News7 Bureau | May 21, 2023 IST

ନୂଆଦିଲ୍ଲୀ: ଆଇପିଏଲର ୧୬ତମ ସଂସ୍କରଣର ପ୍ଲେଅଫରେ ତିନି ଟିମ୍ ଗୁଜରାଟ ଟାଇଟନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟସ ପ୍ରବେଶ କରିଛନ୍ତି । ତେବେ ଚତୁର୍ଥ ସ୍ଥାନ ପାଇଁ ଏବେ କଡ଼ା ମୁକାବିଲା ଦେଖିବାକୁ ମିଳିବ । ପଏଣ୍ଟ ଟେବୁଲରେ ବର୍ତ୍ତମାନ ସମୟରେ ଗୁଜରାଟ ଟାଇଟନ୍ସ ପ୍ରଥମ, ଚେନ୍ନାଇ ସୁପର ସିଙ୍ଗ୍ସ ଦ୍ୱିତୀୟ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟର ତୃତୀୟ ସ୍ଥାନରେ ରହିଛନ୍ତି । ପ୍ଲେଅଫର ଚତୁର୍ଥ ଟିମ୍ ଦୌଡରେ ଏବେ ମୁମ୍ୱାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ମୁମ୍ୱାଇ ଏବଂ ରାଜସ୍ଥାନ ରୟାଲ୍ସ ରହିଛନ୍ତି । କୋଲକାତା ନାଇଟ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗ୍ସଙ୍କ ଟୁର୍ଣ୍ଣାମେଣ୍ଟ ଯାତ୍ରା ଶେଷ ହୋଇସାରିଛି ।

ରାଜସ୍ଥାନ ରୟାଲ୍ସ ଟିମ ନିଜ ସମସ୍ତ ଲିଗ୍ ମ୍ୟାଚ୍ ଖେଳିସାରିଛି । ସଞ୍ଜୁ ସାମସନଙ୍କ ଟିମ ୧୪ ମ୍ୟାଚରେ ୭ ମ୍ୟାଚ୍ ବିଜୟ ଏବଂ ୭ ମ୍ୟାଚରେ ପରାଜୟ ସହ ୧୪ ଅଙ୍କ ହାସଲ କରିଛି । ଭଲ ରନରେଟ୍ ଯୋଗୁଁ ଟିମ ବର୍ତ୍ତମାନ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି । ରାଜସ୍ଥାନ ରୟାଲ୍ସ କେବେଳ ଦୁଇଟି ସ୍ଥିତିରେ ପ୍ଲେଅଫକୁ ଉତ୍ତୀର୍ଣ୍ଣ ହୋଇପାରିବ । ଆରସିବି ଏବଂ ଏମଆଇ ନିଜ ନିଜର ମ୍ୟାଚ୍ ହାରିଯିବେ ଏବଂ ବାଙ୍ଗଲୋର ବଡ଼ ବ୍ୟବଧାନରେ ନିଜ ମ୍ୟାଚ୍ ହାରେ ତେବେ ରାଜସ୍ଥାନ ରୟାଲ୍ସ ପ୍ଲେଅଫକୁ କ୍ୱାଲିଫାଏ କରିପାରିବ ।

ପ୍ଲେଅଫରେ ସ୍ଥାନ ପାଇବା ପାଇଁ ମୁମ୍ୱାଇ ଇଣ୍ଡିଆନ୍ସକୁ ସନରାଇଜର୍ସକୁ ବଡ଼ ବ୍ୟବଧାନରେ ପରାଜିତ କରିବାକୁ ପଡ଼ିବ । ଏହାପରେ ବି ଯଦି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ନିଜ ମୁକାବିଲା ଜିତେ ତେବେ ସମାନ ଅଙ୍କ ରହିବା ସତ୍ତ୍ୱେ ଭଲ ନେଟ୍ ରନ ରେଟ୍ ଯୋଗୁଁ କ୍ୱାଲିଫାଏ କରିପାରିବ । ଅନ୍ୟପଟେ ଆରସିବି ନିଜ ମୁକାବିଲା ଯଦି ହାରେ ତେବେ ମୁମ୍ୱାଇ ନଜି ସ୍ଥାନ ପକ୍କା କରି ନେବ ।

ଅନ୍ୟପଟେ ଯଦି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲର ଟିମ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରେ ତେବେ ଫ୍ଲେଅଫରେ ପହଞ୍ଚିବା ସମ୍ଭାବନା ସବୁଠୁ ଅଧିକ ରହିବ । କାରଣ ଟିମର ରନ ରେଟ୍ ଅନ୍ୟ ଦୁଇ ଟିମ୍ ଅପେକ୍ଷା ଭଲ ରହିଛି । ତେଣୁ ଟିମ୍ ନିଜର ଶେଷ ମ୍ୟାଚରେ କେବେଳ ବିଜୟ ଉପରେ ଧ୍ୟାନ ଦେବା ଦରକାର । ଅନ୍ୟପଟେ ଯଦି ମୁମ୍ୱାଇ ଇଣ୍ଡିଆନ ନିଜ ଶେଷ ମ୍ୟାଚ୍ ହାରିଯାଏ ତେବେ ଆରସିବିକୁ କେବେଳ ନିଜ ରନ ରେଟ୍ ଭଲ ରଖିବାକୁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.