Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ୍‌ଙ୍କ ଧମାକାରଦାର୍‌ ବ୍ୟାଟିଂ, ହାସଲ କଲେ ୪୪ ତମ ଶତକ
  • ||
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଲଞ୍ଚ ହେଲା ମହିନ୍ଦ୍ରା ସ୍କର୍ପିଓ-ଏନ୍: ଡିଜାଇନ୍,ଫିଚର୍ସ ଓ ଇଞ୍ଜିନରେ ଦିଆଯାଇଛି ଖାସ୍ ସୁବିଧା

27/06/2022 at 9:23 PM

ନୂଆଦିଲ୍ଲୀ: ଲଞ୍ଚ ହେଲା ମହିନ୍ଦ୍ରା ସ୍କର୍ପିଓ-ଏନ୍। ନୂଆ ସ୍କର୍ପିଓରେ ଡିଜାଇନ୍,ଫିଚର୍ସ ଓ ଇଞ୍ଜିନରେ ଖାସ୍ ପରିବର୍ତ୍ତନ କରାଯାଇଛି।  ଏହାର ବୁକିଂ ଜୁଲାଇ ୩୦ ତାରିଖରୁ ଆରମ୍ଭ ହେବ। ପ୍ରଥମେ ଆସ ପ୍ରଥମେ ପାଓ ସ୍କିମ୍‌ରେ ଏହାର ବୁକିଂ ହେବ। ଏହି ଏସ୍‌ୟୁଭିର ଡେଲିଭରି ପର୍ବପର୍ବାଣୀ ସମୟରେ ଆରମ୍ଭ ହେବାକୁ ଥିବା ବେଳେ ଜୁଲାଇ ୫ ତାରିଖରେ ଏହାର ଟେଷ୍ଟ ଡ୍ରାଇଭ୍ ଆରମ୍ଭ ହେବ। ତେବେ ମହିନ୍ଦ୍ରା ସ୍କର୍ପିୟଓ-ଏନ୍‌ର ମୂଲ୍ୟ ବିଷୟରେ କମ୍ପାନୀ ସୂଚନା ଦେଇନାହିଁ। ଖୁବ୍‌ଶୀଘ୍ର ଏହାର ମୂଲ୍ୟ ଘୋଷଣା ହେବ ବୋଲି ସୂଚନା ମିଳିଛି। ତେବେ ଏହାର ଆରମ୍ଭ ପୂଲ୍ୟ ୧୧.୯୯ ଲକ୍ଷ ରହିବା ଓ ସ୍ପେଶାଲ୍ ଡିଜେଲ୍‌ ଏମ୍‌ଟି ମଡେଲ୍‌ର ମୂଲ୍ୟ ୧୯.୪୯ ଲକ୍ଷ ହୋଇପାରେ ବୋଲି କୁହାଯାଉଛି।

ନୂଆ ଏସ୍‌ୟୁଭିରେ ଦିଆଯାଇଥିବା LED DRL ଓ ଡବଲ ବେରଲ ହ୍ୟାଣ୍ଡଲ୍ୟାମ୍ପ, କ୍ରୋମ ସ୍ଲେଟ୍ସ ସହ ସିଗ୍ନେଚର ଲୋଗୋ, ନୂଆ ଡିଜାଇନବାଲା ଗ୍ରୀଲ୍, ଲମ୍ବା ବନେଟ ଓ ଫଗଲ୍ୟାମ୍ପ ଅସେମ୍ବଲ ଗାଡ଼ିକୁ ଆକର୍ଷଣୀୟ ଲୁକ ଦେଉଛି। ଏହି ଗାଡ଼ିର ମୋଟ ଲମ୍ବ ୪୬୬୨ଏମ୍ଏମ୍, ଚୌଡ଼ା ୧୯୧୭ଏମ୍‌ଏମ୍‌ ଓ ଉଚ୍ଚତା ୧୮୫୭ ଏମ୍ଏମ୍ ରହିଥିବା ବେଳେ ହ୍ୱିଲବେସ ୨୭୮୦ ଏମ୍ଏମ୍‌ ହୋଇଛି। ସ୍କର୍ପିଓ-ଏନ୍ର ଡେସବୋର୍ଡ ସମ୍ପୂର୍ଣ୍ଣ ନୂଆ ହୋଇଥିବା ବଳେ ଏହାକୁ କଳାଓ ଧୂସରିଆ ରଙ୍ଗରେ ତିଆରି କରାଯାଇଛି। ଇମ୍ଫୋଟେନ୍‌ମେଣ୍ଟ ସିଷ୍ଟମ ଚାରିପଟେ ମେଟାଲ ଫିନିସ ଦିଆଯାଇଛି।

ଅନ୍ୟାନ୍ୟ ଫିଚର

୨୦୨୨ ମହିନ୍ଦ୍ରା ସ୍କର୍ପିଓ-ଏନରେ ଆମାଜନ ଆଲେକ୍ସା ଦ୍ୱାରା ଭଏସ୍ କମାଣ୍ଡ ଦିଆଯାଇପାରିବ। ଏଥିରେ ଇମ୍ଫୋଟେନ୍‌ମେଣ୍ଟର ସିଷ୍ଟମ ବି ନୂଆ ଦିଆଯାଇଛି, ଯାହା ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍‌ ସମର୍ଥନ କରିବ। ଏଥିରେ ଖାସ୍ ଫିଚର ହେଲା 3D ସାଉଣ୍ଡ ଷ୍ଟେଜିଙ୍ଗ ସହ ସୋନୀ ୧୨ ସ୍ପିକର ଅଡିଓ ସିଷ୍ଟମ, ଡୁଆଲ ଜୋନ୍ କ୍ଲାଇମେଟ୍ କଣ୍ଟ୍ରୋଲ, ୭୦ ପ୍ଲସ କନେକ୍ଟେଡ୍ କାର ଫିଚର୍ସ, ୱାୟରଲେସ୍ ଚାର୍ଜର, ଇଲେକ୍ଟ୍ରିକ ସନରୁଫ, ସେମି ଡିଜିଟାଲ ଇନ୍‌ଷ୍ଟୁମେଣ୍ଟ କ୍ଲଷ୍ଟର, ଇଲେକ୍ଟ୍ରିକଲି ଏଜଷ୍ଟେବଲ ଡ୍ରାଇଭର ସିଟି ସାମିଲ ରହିଛି।

ସର୍ପିଓ କ୍ଲାସିକ୍ ତୁଳନାରେ ନୂଆ ମହିନ୍ଦ୍ରା ସ୍କର୍ପିଓ ଏନ୍‌ରେ ୩୬୦ ଡିଗ୍ରୀ କ୍ୟାମେରା, ହିଲ୍ ଡିସେଣ୍ଟ କଣ୍ଟ୍ରୋଲ୍, ଟାୟର ପ୍ରେଶର ମନିଟରିଙ୍ଗ ସିଷ୍ଟମ, ଟ୍ରେକ୍ସନ କଣ୍ଟ୍ରୋଲ୍, ୫ ଏଯାରବେଗ ଓ ଅଧିକ ସେଫ୍ଟି ଫିଚର ଦିଆଯାଇଛି।

   Related Posts