ଓଡ଼ିଶା ମାଟିର ଆଦିବାସୀ ସଂସ୍କୃତିକୁ ପୁନର୍ଜୀବିତ କଲା କଳିଙ୍ଗ ଉତ୍ସବ ୨୦୨୨

Published By : Prameya-News7 Bureau | December 25, 2022 IST

ଭୁବନେଶ୍ଵର: ଦୁଲୁକୁଚି କଳିଙ୍ଗ ଉତ୍ସବ ୨୦୨୨ । ଭୁବନେଶ୍ୱର ରେଳ ଅଡିଟୋରିୟମରେ   ଦୁଇ ଦିନିଆ କଳିଙ୍ଗ ଉତ୍ସବରେ  ଆଦିବାସୀ ଗୀତ ଏବଂ ସାହିତ୍ୟ ପାଇଁ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଦୁଇ ବ୍ୟକ୍ତିଙ୍କ ଆଲୋଚନା ଅଧିବେଶନ କରାଯାଇଛି । ଗଡବା, ଓରାମ, ସାନ୍ତାଳି, ଏବଂ ଭୁମିଜ ଭଳି ଆଦିବାସୀ ଗୋଷ୍ଠୀମାନଙ୍କ ନୃତ୍ୟ ପରିବେଷଣ ହୋଇଥିଲା।  ଆଦିବାସୀ କଳା, ହସ୍ତଶିଳ୍ପ ଏବଂ ସ୍ୱଦେଶୀ ଉତ୍ପାଦନ ର ୧୨ ଟି ଷ୍ଟଲ୍  ଏହି ଉତ୍ସବରେ ରହିଛି|

{"id":725644,"sizeSlug":"full","linkDestination":"none"}

ଭାରତ ସରକାରଙ୍କ "ଆଜାଦି କା ଅମୃତ ମହୋତ୍ସବ" କାର୍ଯ୍ୟକ୍ରମ ଅଧୀନରେ ଏହି ଉତ୍ସବରେ ପ୍ରାୟ ୩୦୦ ବିଦ୍ୟାଳୟ ଏବଂ ଭୁବନେଶ୍ୱରର ୨୦ ରୁ ଅଧିକ ମହାବିଦ୍ୟାଳୟ  ଅଂଶଗ୍ରହଣ କରିଥିଲେ ।  ଓଡ଼ିଶା ମାଟିର ଆଦିବାସୀ ସଂସ୍କୃତିକୁ ପୁନର୍ଜୀବିତ କରିବା ଏବଂ ଏହାକୁ ରାଜ୍ୟର ପରିଚୟର କେନ୍ଦ୍ରବିନ୍ଦୁ ଭାବରେ ସ୍ଥାନିତ କରିବା, ଅନୁସୂଚିତ ଜାତି ସମ୍ପ୍ରଦାୟକୁ ସମର୍ଥନ କରିବା ତଥା ଆଦିବାସୀ କଳାକୁ ଲୋକଲୋଚନକୁ ଆଣିବା କଳିଙ୍ଗ ଉତ୍ସବର ଲକ୍ଷ୍ୟ ।

{"id":725645,"sizeSlug":"full","linkDestination":"none"}

କଳିଙ୍ଗ ଉତ୍ସବରେ ଇନ୍ଦିରା ଗାନ୍ଧୀ ଜାତୀୟ କଳା ଓ ନିର୍ଦ୍ଦେଶକ, କେନ୍ଦ୍ରୀୟ ଡ୍ରାମା ଓ ସଂସ୍କୃତି ବିଭାଗର ଏଚ୍ ଓ ଡି ପ୍ରଫେସର୍ ରମେଶ ଚନ୍ଦ୍ର ଗୌର , ସଂସ୍କୃତି ବିଭାଗର ଯୁଗ୍ମ ସଚିବ  ସଂଯୁକ୍ତ ମୁଦ୍ଗଲ , ଆଇ ଏମ୍ ଏସ୍ ର ନିର୍ଦ୍ଦେଶକ ଉପେନ୍ଦ୍ର ପାଢ଼ୀ   ଓ ସଂସ୍କୃତି ବିଭାଗର ଉପଦେଷ୍ଟା ଏସ  ସି ବର୍ମା ସମେତ ମିନିଷ୍ଟ୍ର ଅଫ କଲଚର ଜୁଗ୍ମ ସଚିବ ଶ୍ରୀମତୀ ଉମାନନ୍ଦୁରି ପ୍ରମୁଖ  ଯୋଗ ଦେଇଥିଲେ ।ଶ୍ରୀମତୀ ଉମାନନ୍ଦୁରୀ ଙ୍କ ପରିକଳ୍ପନା ଓ ତତ୍ତ୍ବବଧାନ ରେ କଳିଙ୍ଗ ମହୋତ୍ସବ ଅନୁଷ୍ଟିତ ହୋଇଥିଲା। ଏହି ଅବସରରେ   ଓଡିଶା ଆଦିବାସୀ ସଂସ୍କୃତି ଓ ପରମ୍ପରା ନୃତ୍ୟକଳା ସଂପର୍କରେ ଆଧାରିତ ପ୍ରଫେସର ଉପେନ୍ଦ୍ର ପାଢୀଙ୍କ ରଚିତ  "ଭରତ ପଙ୍କଜ" ପୁସ୍ତକ ନିମନ୍ତ୍ରିତ ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.