୨୦୨୨ ଫିଫା ବିଶ୍ୱକପ ଫୁଟବଲର ବ୍ରାଣ୍ଡ ଆମ୍ବାସଡର କରୋନା ସଂକ୍ରମିତ

Published By : Prameya-News7 Bureau | May 02, 2020 IST

ନୂଆଦିଲ୍ଲୀ ୦୨/୦୫ : ୨୦୨୨ ମସିହାରେ କତରରେ ହେବାକୁ ଥିବା ବିଶ୍ୱକପ ଫୁଟବଲର ଏକ 'ବ୍ରାଣ୍ଡ ଆମ୍ବାସଡର' କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି | ଟୁର୍ନାମେଣ୍ଟର ଆୟୋଜକ ଏନେଇ ସ୍ପଷ୍ଟ କରିଛନ୍ତି | କତରର ପୂର୍ବତନ ମିଡ଼ଫିଲଡର ୫୪ ବର୍ଷ ବୟସ୍କ ଆଦେଲ ଖମିସ ଏହି ଟୁର୍ନାମେଣ୍ଟର ଆମ୍ବାସଡର | ଟୁର୍ନାମେଣ୍ଟର ଶୀର୍ଷ କମିଟି ଟ୍ୱିଟ କରି କହିଛନ୍ତି ଯେ, ଦୁର୍ଭାଗ୍ୟବଶତଃ ଆଦେଲ ଖମିସଙ୍କୁ କରୋନା ଆକ୍ରାନ୍ତ କରିଛି | ସେ ସମସ୍ତ ସଂକ୍ରମିତ ବ୍ୟକ୍ତିଙ୍କ ଶୀଘ୍ର ସ୍ୱାସ୍ଥ୍ୟ ଲାଭ କାମନା କରିଛନ୍ତି |


ବିଶ୍ୱକପ ଫୁଟବଲ ପାଇଁ ପ୍ରସ୍ତୁତ କରାଯାଉଥିବା ଷ୍ଟାଡିୟମରେ କାର୍ଯ୍ୟରତ କର୍ମଚାରୀମାନଙ୍କ ମଧ୍ୟରୁ ୮ ଜଣ କର୍ମଚାରୀ କରୋନା ସଂକ୍ରମଣର ଶିକାର ହୋଇଛନ୍ତି | କତରରେ ଏବେ ସୁଦ୍ଧା ୧୩ ହଜାର ୪୦୯ ଜଣ କରୋନାରେ ସଂକ୍ରମିତ ହୋଇସାରିଛନ୍ତି | ଏମାନଙ୍କ ମଧ୍ୟରୁ ୧୩୭୨ ଜଣ ସୁସ୍ଥ ହୋଇଥିବାବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇଛି |

{"id":263584,"sizeSlug":"large"}

ପର୍ତ୍ତୁଗାଲ ସରକାର କହିଛନ୍ତି ଯେ, ମେ ୩୦ ତାରିଖରୁ ପୁଣିଥରେ ଦେଶରେ ଫୁଟବଲ ଲିଗ ମ୍ୟାଚ ପାଇଁ ଅନୁମତି ଦିଆଯିବ | କରୋନା ମହାମାରୀ ଯୋଗୁଁ ମ୍ୟାଚକୁ ଅଧାରୁ ବନ୍ଦ କରିଦିଆଯାଇଥିଲା | ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଗୁରୁବାର ଦିନ ଲକଡାଉନ ପରବର୍ତ୍ତୀ ଯୋଜନାର ଖୁଲାସା କରିଛନ୍ତି ଏବଂ ଏଟି ମଧ୍ୟରେ ଫୁଟବଲ ଲିଗ ମ୍ୟାଚ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି |


ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଷ୍ଟାଡିୟମରେ ସଂକ୍ରମଣ ରୋକିବା ପାଇଁ କରାଯାଇଥିବା ପ୍ରୟାସ ଉପରେ ଲିଗ ମ୍ୟାଚ ନିର୍ଭର କରେ | ଚିକିତ୍ସା ଅଧିକାରୀ ପ୍ରତ୍ୟେକ ଷ୍ଟାଡିୟମ ଯାଞ୍ଚ କରିବା ପରେ ମଞ୍ଜୁରୀ ଦେଲେ ଲିଗ ମ୍ୟାଚ ଆରମ୍ଭ ହେବ | କିନ୍ତୁ ମ୍ୟାଚ ଦର୍ଶକଙ୍କ ବିନା ଖେଳାଯିବ |

{"id":263585,"sizeSlug":"large"}


ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ଫୁଟବଲ ମ୍ୟାଚ ପୁଣିଥରେ ଆରମ୍ଭ କରିବାକୁ ଚାହୁଁଛନ୍ତି | କାରଣ ସେ ଭାବୁଛନ୍ତି ଖେଳାଳିଙ୍କ ଶାରୀରିକ ଫିଟନେସ ଯୋଗୁଁ ତାଙ୍କୁ ସହଜରେ କରୋନା ଆକ୍ରାନ୍ତ କରିବନାହିଁ | ଶାରୀରିକ ସ୍ୱାସ୍ଥ୍ୟ ଭଲ ଥିଲେ କରୋନା ଜନିତ ମୃତ୍ୟୁ ହେବାର ସମ୍ଭାବନା କମ ଅଛି ବୋଲି ସେ କହିଛନ୍ତି | ବୋଲସୋନାରୋ ଏବେ ସୁଦ୍ଧା କରୋନା ମହାମାରୀକୁ ଏତେ ଭୟଙ୍କର ବୋଲି ଭାବୁନାହାନ୍ତି | ସେ ଏହାକୁ ଏକ ସାମାନ୍ୟ ସଂକ୍ରମଣ ଭାବେ ଗ୍ରହଣ କରିଛନ୍ତି |


ବ୍ରାଜିଲରେ ମାର୍ଚ୍ଚ ୧୫ ତାରିଖରୁ ସମସ୍ତ ଫୁଟବଲ ମ୍ୟାଚ ରଦ୍ଦ କରିଦିଆଯାଇଛି | ବ୍ରାଜିଲ ଚାମ୍ପିଅନସିପ ମେ ମାସରୁ ଆରମ୍ଭ ହେବାକୁ ଥିଲା | କିନ୍ତୁ ଚଳିତ ମାସରେ ମ୍ୟାଚ ଆରମ୍ଭ ହେବା ସମ୍ଭାବନା କମ ଥିବା ଭଳି ଜଣାପଡୁଛି | କାରଣ ଲାଟିନ ଆମେରିକୀୟ ଦେଶମାନଙ୍କ ମଧ୍ୟରେ ବ୍ରାଜିଲ କରୋନା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | ବ୍ରାଜିଲ ଏବେ ସୁଦ୍ଧା କରୋନାରେ ୫ ହଜାର ୯୦୦ ଜଣ ପ୍ରାଣ ହରାଇ ସାରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.