୨୦୨୧ରେ ହେବ ନୂଆ ଜନଗଣନା

Published By : Prameya-News7 Bureau | December 24, 2019 IST

ନୂଆଦିଲ୍ଲୀ ୨୪।୧୨ - ୨୦୨୧ରେ ହେବ ନୂଆ ଜନଗଣନା ।   ଏହାସହ ଜାତୀୟ ଜନସଂଖ୍ୟା ପଂଜୀକରଣ NPR  ଅପଡେଟ ବି କରାଯିବ । ଏ ସଂପର୍କିତ ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ଉପରେ ଆଜି ମୋହର ଲଗାଇଛି କେନ୍ଦ୍ର କ୍ୟାବିନେଟ୍‌ । କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜଭଡେକର ଦେଇଛନ୍ତି  ଏହି ସୂଚନା ।  ଏହାସହ କେନ୍ଦ୍ର ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍‌ କମିଟି ବୈଠକରେ ଚିଫ୍‌ ଅଫ ଦି ଡିଫେନ୍ସ ଷ୍ଟାଫ ବା ସିଡିଏସ୍‌ ପଦବୀ ସୃଷ୍ଟି ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

{"id":202166,"sizeSlug":"large"}

ସାରା ଦେଶରେ ନାଗରିକ ସଂଶୋଧନ ଆଇନ୍‌ ଲାଗୁ ନେଇ ତମ୍ବିତୋପାନ ଥମିନଥିବା ବେଳେ  ଜାତୀୟ ଜନସଂଖ୍ୟା ପଞ୍ଜୀକରଣ ଅପଡେଟ୍‌କୁ କେନ୍ଦ୍ର କ୍ୟାବିନେଟ୍‌ ର ଗ୍ରୀନ୍‌ ସିଗନାଲ । ଆସନ୍ତା ବର୍ଷ ଏପ୍ରିଲ ପହିଲାରୁ  ଏନେଇ ଆରମ୍ଭ ହେବ କାମ । ଯାହାକି  ୩୦ ସେପ୍ଟେମ୍ବର ଯାଏ ଚାଲିବ ।

{"id":202167,"sizeSlug":"large"}

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ମାନେ ଘରଘର ବୁଲି ଲୋକଙ୍କ ଠାରୁ  ତଥ୍ୟ ସଂଗ୍ରହ କରିବେ।  ଦେଶରେ ବସବାସ କରୁଥିବା ନାଗରିକ ମାନଙ୍କ ସମ୍ପୁର୍ଣ୍ଣ ନିର୍ଭୁଲ ତଥ୍ୟ ଏହି ସର୍ଭେ ମାଧ୍ୟମରେ ସଂଗ୍ରହ କରାଯିବ । କୌଣସି ଜଣେ ବି ନାଗରିକ ଦେଶର ଯେକୌଣସି ସ୍ଥାନରେ ୬ମାସରୁ ଅଧିକ ସମୟ ରହି ଆସୁଥିଲେ ସେମାନେ ଜାତୀୟ ଜନସଂଖ୍ୟା ପଂଜୀକରଣର ବା ଏନପିଆର ରେ ସାମିଲ ହୋଇପାରିବେ । 

{"id":202169,"sizeSlug":"large"}

ପୁରା ପ୍ରକ୍ରିୟା ସମ୍ପୂର୍ଣ କରିବାକୁ ୮ହଜାର ୭୫୪ ଦଶମିକ ୨୩ କୋଟି ଟଙ୍କା ଖର୍ଚ୍ଚ ହେବ । ଏନପିଆର ବା ଜନସଂଖ୍ୟା ପଂଜୀକରଣର ଅପଡେଟ ପାଇଁ  ୩୯୪୧. ୩୫ କୋଟି ଟଙ୍କା ଖର୍ଚ୍ଚ ହେବ।  ଏହି ନିସ୍ପତ୍ତି ଉପରେ ଆଜି କେନ୍ଦ୍ର କ୍ୟାବିନେଟର ମୋହର ବାଜିଛି ।

{"id":202170,"sizeSlug":"large"}

ସେପେଟେ କେନ୍ଦ୍ର ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍‌ କମିଟି ଦେଶରେ ପ୍ରତିରକ୍ଷା ବିଭାଗ ମୁଖ୍ୟ  ବା  ଚିଫ୍‌ ଅଫ ଦି ଡିଫେନ୍ସ ଷ୍ଟାଫ ବା  ସିଡିଏସ ପଦବୀ କୁ ମଞ୍ଚୁରୀ ଦେଇଛନ୍ତି । 

{"id":202171,"sizeSlug":"large"}

ସିଡିଏସ ପଦବୀ ମାଧ୍ୟମରେ ଦେଶର ତିନିବାହୀନ ମଧ୍ୟରେ ସମନ୍ବୟ ରକ୍ଷା କରାଯାଇ ପାରିବ । ସିଡିଏସ ରାଷ୍ଟ୍ରପତିଙ୍କୁ ବିଭିନ୍ନ ସମୟରେ ଦେଶସୁରକ୍ଷା ସମ୍ବନ୍ଧରେ ପରାମର୍ଶ ଦେଇପାରିବେ ।

{"id":202172,"sizeSlug":"large"}

ସିଡିଏସ 4 ଷ୍ଟାର ବିଶିଷ୍ଟ ପଦବୀ ହେବ । ଚର୍ଚ୍ଚା ହେଉଛି ଆର୍ମି ମୁଖ୍ୟ ବିପିନ୍‌ ରାୱତ ଦେଶର ପ୍ରଥମ ସିଡିଏସ ଭାବେ ଅବସ୍ଥାପିତ ହୋଇପାରନ୍ତି ।

{"id":202173,"sizeSlug":"large"}

ସେହିପରି ଆଜି କେନ୍ଦ୍ର କ୍ୟାବିନେଟ୍‌ ଅଟଳ ଭୂଜଳ ଯୋଜନାରେ  ୬ହାଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

{"id":202175,"sizeSlug":"large"}

କର୍ଣ୍ଣାଟକ , ଗୁଜରାଟ, ହରିୟାଣା ,ମଧ୍ୟ ପ୍ରଦେଶ ମହାରାଷ୍ଟ୍ର,,ଉତ୍ତର ପ୍ରଦେଶ ଭଳି ୭ଟି ରାଜ୍ୟରେ ଭୂତଲ ଜଳ ବିନିଯୋଗ ପଇଁ ୫ ବର୍ଷରେ ଏହି ଟଙ୍କା ଖର୍ଚ୍ଚ କରିବାକୁ କେନ୍ଦ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.