Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌
  • ||
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ଦିଲ୍ଲୀ ହିଂସା ମାମଲାରେ ୯ ଅଭିଯୁକ୍ତଙ୍କ ଦୋଷ ପ୍ରମାଣିତ, କୋର୍ଟ କହିଲେ ଏକ ସଂପ୍ରଦାୟକୁ କ୍ଷତି ପହଞ୍ଚାଇବା ଥିଲା ଉଦ୍ଦେଶ୍ୟ

14/03/2023 at 9:33 PM

ନୂଆଦିଲ୍ଲୀ, ୧୪/୦୩: ବହୁ ଚର୍ଚ୍ଚିତ ଦିଲ୍ଲୀ ଦଙ୍ଗା ମାମଲାରେ ୯ ଅଭିଯୁକ୍ତଙ୍କ ଦୋଷ ପ୍ରମାଣିତ ହୋଇଛି। ୨୦୨୦ ରେ ଉତ୍ତର-ପୂର୍ବ ଦିଲ୍ଲୀ ଶିବ ବିହାର ତିରାହା ନିକଟରେ ଏକ ସଂପ୍ରଦାୟର ଲୋକଙ୍କ ଉପରେ ଆକ୍ରମଣ କରିବା ଏବଂ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ଅଭିଯୋଗ ରହିଛି । କଡ଼କଡ଼ୁଡ଼ୂମା କୋର୍ଟ ଏହି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ କହିଛନ୍ତି ହିନ୍ଦୁ ସମ୍ପ୍ରଦାୟଙ୍କ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟ ସହ ଏହି ଦଙ୍ଗା ହୋଇଥିଲା। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପୋଲିସ୍‌ ଦ୍ବାରା ଅଭିଯୁକ୍ତଙ୍କ ଉପରେ ଯେଉଁ ଅଭିଯୋଗ ଲଗାଯାଇଛି, ତାହା ସଂପୂର୍ଣ୍ଣ ଭାବେ ପ୍ରମାଣିତ ହୋଇଛି।

ସୂଚନାଯୋଗ୍ୟ, ଫେବ୍ରୁଆରୀ ୨୦୨୦ ରେ ଦିଲ୍ଲୀରେ ଦଙ୍ଗା ହୋଇଥିଲା। ଏହି ଦଙ୍ଗାରେ ୫୩ ଜଣ ପ୍ରାଣ ହରାଇଥିଲେ। ଅନେକ ଲୋକ ଆହତ ହୋଇଥିଲେ। ବହୁ ଲୋକଙ୍କ ସମ୍ପତ୍ତି ନଷ୍ଟ ହୋଇଯାଇଥିଲା। ସରକାରୀ ବସ୍ ଏବଂ ଅଟ୍ଟାଳିକା ମଧ୍ୟ ଭଙ୍ଗାରୁଜା କରାଯାଇଥିଲା। ଦିଲ୍ଲୀ ଦଙ୍ଗା ମାମଲାରେ ୨୬୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିଲା। ପୋଲିସ ଅନେକ ଅଭିଯୁକ୍ତଙ୍କୁ ଜେଲରେ ରଖିଥିଲା।

କୋର୍ଟ କହିଛନ୍ତି ଅଭିଯୁକ୍ତ ଗୋଟିଏ ଗୋଷ୍ଠୀର ଥିଲେ। ଏହି ଗୋଷ୍ଠୀର କେବଳ ଗୋଟିଏ ଉଦ୍ଦେଶ୍ୟ ଥିଲା ହିନ୍ଦୁ ସମୁଦାୟଙ୍କ ସମ୍ପତ୍ତିକୁ ଅଧିକରୁ ଅଧିକ କ୍ଷତି ପହଞ୍ଚାଇବା। ପୋଲିସ୍‌ ଦ୍ବାରା ଲଗାତାର ପଛକୁ ହଟିବାକୁ ଅପିଲ୍ କରାଯାଇଥିଲା କିନ୍ତୁ ଗୋଷ୍ଠୀ ନିଜ ଦଙ୍ଗା କରିବା ଜାରି ରଖିଥଲା। ଯାଚିକାକର୍ତ୍ତାଙ୍କ ଅଭିଯୋଗ ପରେ କୋର୍ଟ ଏହି ଟିପ୍ପଣୀ କରିଥିଲେ।

ପ୍ରକୃତରେ ରେଖା ଶର୍ମା ନାମକ ଜଣେ ମହିଳା ଅଭିଯୋଗ କରିଥିଲେ ଯେ ତିନି ବର୍ଷ ତଳେ ୨୪-୨୫ ଫେବ୍ରୁଆରୀରେ ଭିଡ଼ ତାଙ୍କ ଘର ଉପ​‌ରେ ଆକ୍ରମଣ କରିଥିଲା। ଲୁଟ୍‌ ହୋଇଥିଲା।  ଏବଂ ଘରର ଉପର କୋଠରୀରେ ନିଆଁ ଲଗାଇଦେଇଥିଲେ। ଫଳରେ ଘରକୁ ପ୍ରବଳ କ୍ଷତି ହୋଇଥିଲା। ଏବେ କୋର୍ଟ ଯାଚିକାକର୍ତ୍ତାଙ୍କ ଦାବି ସହ ୯ ଅଭିଯୁକ୍ତଙ୍କୁ ଦୋଷୀ ବୋଲି ପାଇଛନ୍ତି। ଅଭିଯୁକ୍ତଙ୍କ ନାମ ମୋହମ୍ମଦ ଶହନବାଜ, ମୋହମ୍ମଦ ଶୋଏବ, ଶାହରୁଖ, ରାଶିଦ, ଆଜାଦ, ଅଶରଫ ଅଲୀ, ପରଭେଜ, ଫୈଜଲ ଏବଂ ରଶୀଦ।

ଦିଲ୍ଳୀ ଦଙ୍ଗାକୁ ନେଇ ଗତ ବର୍ଷ ପୋଲିସ୍‌ ଯେଉଁ ଚାର୍ଜସିଟ୍ ରୁଜୁ କରିଥିଲା, ସେଥିରେ ମଧ୍ୟ ଆଶ୍ଚର୍ଯ୍ୟକର ଖୁଲାସା ହୋଇଥିଲା। ସ୍ପେଶାଲ ସେଲ୍‌ ଚାର୍ଜସିଟ୍‌ରେ ଏସିଡ୍‌ ଆକ୍ରମଣ ନେଇ ଷଡ଼ଯନ୍ତ୍ରର ମଧ୍ୟ କହିଥିଲା। ଏହି ଏସିଡ୍‌କୁ ଆଇନ ବ୍ୟବସ୍ଥା ସମ୍ଭାଳୁଥିବା ଦିଲ୍ଲୀ ପୋଲିସ ଏବଂ ଅର୍ଦ୍ଧସାମରିକ ବଳର ଯବାନଙ୍କ ଉପରେ ସେହି ଏସିଡ୍‌ ଆକ୍ରମଣ କରାଯାଇଥିଲା।

   Related Posts