ଆସିଲା ୨୧ଯାକ ଲୋକସଭା ଆସନର ଆଗୁଆ ଚିତ୍ର : ୧୪ରେ ବିଜେଡି, ୭ରେ ବିଜେପି ଆଗୁଆ
23/05/2019 at 11:49 AM

ଭୁବନେଶ୍ବର ୨୩|୫: ରାଜ୍ୟର ୨୧ଟି ଯାକ ଲୋକସଭା ଆସନର ଚିତ୍ର ହସ୍ତଗତ ହୋଇଛି । ୨୧ଟି ାସନରୁ ବିଜେଡି ୧୪ଟି ଆସନରେ ଆଗୁଆ ରହିଥିବାବେଳେ ବିଜେପି ୭ଟି ଆସନରେ ଆଗୁଆ ରହିଛି । କିଛି ସମୟ ତଳେ କନ୍ଧମାଳ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଖାରବେଳ ସ୍ବାଇଁ ଆଗୁଆ ରହିଥିବା ବେଳେ ଏବେ ସ୍ଥିତି ବଦଳିଛି । ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଖାରବେଳଙ୍କୁ ପଛରେ ପକାଇ ଆଗରେ ଚହିଛନ୍ତି । ଫଳରେ ବିଜେପିର ଆଗୁଆ ସ୍ଥିତି ୮ରୁ ଖସି ୭ରେ ପହଞ୍ଚିଛି । କଂଗ୍ରେସ ଗୋଟିଏ ବି ଆସନରେ ଆଗୁଆ ନାହିଁ ।
ବିଜେଡି କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର, କଳାହାଣ୍ଡି, ଆସିକା, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, ବାରିପଦା, କେନ୍ଦୁଝର, କନ୍ଧମାଳ, ଜଗତସିଂହପୁର, ଯାଜପୁର, କଟକ ଆସନରେ ଆଗୁଆ ରହିଥିବାବେଳେ ବିଜେପି ସମ୍ବଲପୁର, ସୁନ୍ଦରଗଡ, ବରଗଡ, ବଲାଙ୍ଗିର, ଢେଙ୍କାନାଳ, ଭୁବନେଶ୍ବର, ପୁରୀରେ ଆଗୁଆ ରହିଛି ।