ନୂଆଦିଲ୍ଲୀ ୮।୧୧: ଦେଶରେ କଳାଧାନ ରୋକିବାକୁ ଓ ଡିଜିଟାଲ ଇକୋନମିର ପ୍ରୋତ୍ସାହନ ଲାଗି ୨୦୧୬ ମସିହା ଆଜିର ଦିନ ଅର୍ଥାତ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରି ମଧ୍ୟରାତ୍ରରୁ ୧ ହଜାର ଓ ୫ଶହ ଟଙ୍କିଆ ନୋଟର ଡିମନିଟାଇଜେସନ ଘୋଷଣା କରିଥିଲେ। ଏହି ଘୋଷଣା ସହିତ ଦେଶରେ ୧ ହଜାର ଓ ୫ଶହ ଟଙ୍କିଆ ମୁଦ୍ରାର ପ୍ରଚଳନ ବନ୍ଦ ହେବା ସହ ୨ହଜାର ଟଙ୍କିଆ ମୁଦ୍ରାର ପ୍ରଚଳନ ଆରମ୍ଭ ହୋଇଥିଲା।
ତେବେ ଭାରତୀୟ ମୁଦ୍ରା ଇତିହାସରେ ଏହା ପ୍ରଥମ ଡିମନିଟାଇଜେସନ ବା ନୋଟ ବନ୍ଦୀ ନଥିଲା। ଏହା ପୂର୍ବରୁ ମଧ୍ୟ ୨ ଥର ନୋଟ ବନ୍ଦୀ ହୋଇଥିଲା। ତେବେ ସେତେବେଳେ ଏବେକା ଭଳି ବଜାର ଉପରେ ନୋଟ ବନ୍ଦୀର ଏତେ ଗୁରୁତର ପ୍ରଭାବ ପକାଇନଥିଲା। ତେବେ ଆସନ୍ତୁ ଜାଣିବା ୮ ନଭେମ୍ବର ୨୦୧୬ ପୂର୍ବରୁ ଦେଶରେ କେବେ ହୋଇଥିଲା ଡିମନିଟାଇଜେସନ।
{"id":706359,"width":838,"height":419,"sizeSlug":"full","linkDestination":"none"}ସର୍ବପ୍ରଥମେ ୧୯୪୬ରେ ହୋଇଥିଲା ନୋଟ ବନ୍ଦୀ
ଦେଶର ପ୍ରଥମ ନୋଟବନ୍ଦୀ ଘୋଷଣା ବ୍ରିଟିଶ ଶାସନ କାଳରେ ହୋଇଥିଲା। ଭାରତରେ ତତ୍କାଳୀନ ଭାଇସରୟ ଓ ଗଭର୍ଣ୍ଣର ଜେନେରାଲ ସାର୍ ଆର୍ଚ୍ଚିବାଲ୍ଡ ଭେଭେଲ୧୨ ଜାନୁୟାରୀ ୧୯୪୬ରେ ହାଇକରେନ୍ସୀ ବ୍ୟାଙ୍କ ନୋଟ୍ର ଡିମନିଟାଇଜେସନ ଲାଗି ଅଧ୍ୟାଦେଶ ପ୍ରସ୍ତାବ କରିଥିଲେ। ଏହାର ୧୩ ଦିନ ପରେ ୨୬ ଜାନୁୟାରୀ ରାତି ୧୨ଟା ପରେ ବ୍ରିଟିଶ ଶାସନ କାଳରେ ଜାରି ୫୦୦, ୧୦୦୦ ଓ ୧୦ ହଜାର ଟଙ୍କା ନୋଟ ପ୍ରଚଳନରୁ ବାହାର ହୋଇଯାଇଥିଲା।
ସ୍ୱାଧୀନତା ପୂର୍ବରୁ ଦେଶରେ ୧୦୦ ଟଙ୍କାରୁ ଉଚ୍ଚ ମୂଲ୍ୟର ମୁଦ୍ରା ପ୍ରଚଳନ ବନ୍ଦ ଥିଲା। ସେତେବେଳେ ଏହି ନିଷ୍ପତ୍ତି ଲୋକଙ୍କ ପାଖରେ ଜମା ହୋଇ ରହିଥିବା କଳା ଧନକୁ ବାହାର କରିବା ଲାଗି କରାଯାଇଥିଲା।
{"id":706360,"sizeSlug":"full","linkDestination":"none"}୧୯୭୮ରେ ହୋଇଥିଲା ସ୍ୱାଧୀନ ଭାରତରେ ପ୍ରଥମ ନୋଟ ବନ୍ଦୀ
ବ୍ରିଟିଶ ଶାସନରୁ ସ୍ୱାଧୀନତା ମିଳିବା ପରେ ଦେଶର ଅର୍ଥବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ତଥା ଭ୍ରଷ୍ଟାଚାର ଓ କଳାଧାନ ସମାପ୍ତ କରିବା ନିମନ୍ତେ ନୋଟ ବନ୍ଦୀ ଲାଗି ନିଷ୍ପତ୍ତି ନିଆଯାଇଥିଲା। ତତ୍କାଳୀନ ଜନତାପାର୍ଟି ନେତୃତ୍ୱାଧୀନ ସରକାର ୧୬ ଜାନୁୟାରୀ ୧୯୭୮ରେ ୧ ହଜାର, ୫ ହଜାର ଓ ୧୦ ହଟାର ଟଙ୍କାର ମୁଦ୍ରାକୁ ବନ୍ଦ କରିବାକୁ ଘୋଷଣା କରିଥିଲେ। ସରକାରଙ୍କ ଏହି ଘୋଷଣାର ପରଦିନ ଅର୍ଥାତ ଜାନୁୟାରୀ ୧୭ ତାରିଖରୁ ନେଣଦେଣ ଲାଗି ସବୁ ବ୍ୟାଙ୍କ ଓ ସେମାନଙ୍କ ଶାଖା ସମେତ ସରକାରୀ ରାଜକୋଷକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା।