୨୦୧୧ ବିଶ୍ୱକପ୍‌ : ଫାଇନାଲ୍‌ ମ୍ୟାଚ୍‌ରେ ପଡିଥିଲା ଦୁଇ ଥର ଟସ୍‌, ଧୋନିଙ୍କୁ ଶୁଭିନଥିଲା ସାଙ୍ଗାକାରାଙ୍କ କଲ୍‌

Published By : Prameya-News7 Bureau | January 16, 2023 IST

ମୁମ୍ବାଇ ୧୬।୦୧ : ୨୦୧୧ ବିଶ୍ୱକପ୍‌ । ଏମିତି ଏକ ବିଶ୍ୱକପ୍‌ । ଯେଉଁଥିରେ ଅନେକ ନୂଆ ନୂଆ ରେକର୍ଡ ସୃଷ୍ଟି ହୋଇଥିଲା । ତେବେ ଆଜି ଆମେ ଯେଉଁ ବିରଳ ରେକର୍ଡ ବିଷୟରେ କଥା ହେବା । ତାହା ଆଉ କୌଣସି କଥା ନୁହେଁ, ବରଂ ୨୦୧୧ ବିଶ୍ୱକପ୍‌ ଫାଇନାଲରେ ପଡିଥିବା ୨ ଥର ଟସ୍‌ ବିଷୟରେ । ଭାରତ-ଶ୍ରୀଲଙ୍କା ନିଜ ନିଜ ସେମିଫାଇନାଲ ମ୍ୟାଚ୍‌ ଜିତି ଫାଇନାଲରେ ଏଣ୍ଟ୍ରି କରିଥିଲେ । ଉଭୟ ଏସୀୟ ଟିମ୍‌ ପୁରା ବିଶ୍ୱକପ୍‌ରେ ଜୋରଦାର ପ୍ରଦର୍ଶନ କରିଥିଲେ । ଆଉ ଶେଷରେ ଆସିଲା ଫାଇନାଲ ମ୍ୟାଚ୍‌ର ସମୟ। ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମ୍‌ ବି ପୁରା ଥିଲା ପ୍ରସ୍ତୁତ । ୨ ଏପ୍ରିଲ୍‌ ୨୦୧୧ ଦିନ ଥିଲା ଫାଇନାଲ ଲଢେଇ ।  ପୂର୍ବ ସମୟ ମୁତାବିକ ଉଭୟ ଦଳର ଅଧିନାୟକ ଟସ୍‌ ଲାଗି ପଡିଆକୁ ଆସିଥିଲେ । ମ୍ୟାଚ୍‌ ରେଫରୀ ଟସ୍‌ ପାଇଁ ଧୋନିଙ୍କୁ ନିମନ୍ତ୍ରଣ କରିଥିଲେ । ବାକି ଶ୍ରୀଲଙ୍କାର ଅଧିନାୟକ କୁମାର ସାଙ୍ଗାକାରାଙ୍କ କଲ୍‌ ଥିଲା । ହେଲେ ସାଙ୍ଗାକାରାଙ୍କ କଲ୍‌ଟି ଠିକ୍‌ ଭାବେ ଧୋନିଙ୍କୁ ଶୁଣାଯାଇନଥିଲା । ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମ୍‌ରେ ଫ୍ୟାନ୍ସମାନେ ଭର୍ତ୍ତି ହୋଇଥିଲା । ଖୁବ୍‌ ଜୋରରେ ପାଟି ମଧ୍ୟ କରୁଥିଲେ ।  ଯାହାଫଳରେ ଧୋନିଙ୍କୁ ସାଙ୍ଗାକାରାଙ୍କ କଲ୍‌ଟି ଶୁଭାଯାଇନଥିଲା ।ଶେଷରେ ଧୋନି ଆଉ ଥରେ ସାଙ୍ଗାକାରାଙ୍କୁ ଟସ୍‌ ପକାଇବାକୁ ଅନୁରୋଧ କରିଥିଲେ । ସାଙ୍ଗାକାରା ମଧ୍ୟ ଧୋନିଙ୍କ ପ୍ରସ୍ତାବରେ ରାଜି ହୋଇଥିଲା । ଏବଂ ଆଉ ଥରେ ଟସ୍‌ ପଡିଥିଲେ ।

ତେବେ ଫାଇନାଲ୍‌ ମ୍ୟାଚ୍‌ ଦୁଇ ଥର ଟସ୍‌ ପଡିବା ନେଇ ଖୁବ୍‌ ବିବାଦ ହୋଇଥିଲା । ଏପିରିକି ଶ୍ରୀଲଙ୍କାରେ କିଛି କ୍ରୀଡା ବିଶେଷଜ୍ଞ ଏହାକୁ ମ୍ୟାଚ୍‌ ଫିକ୍ସିଂ ବୋଲି କହିଥିଲେ । ଯାହାକୁ ନେଇ ଆଇସିସି ଓ ଶ୍ରୀଲଙ୍କା ବୋର୍ଡ ବି ତଦନ୍ତ କରିଥିଲେ । ଯେଉଁଥିରେ କ୍ଲିନ୍‌ ଚିଟ୍‌ ଦେଇଥିଲେ । ଧୋନି ଓ ସାଙ୍ଗାକାରା ମଧ୍ୟ ଏହି କଥାକୁ ନେଇ ସଫେଇ ଦେଇଥିଲେ । ଯାହାପରେ ବିବାଦ ଥମିଥିଲା ।  

ସୂଚନାଯୋଗ୍ୟ ଯେ, କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍‌ ୧୯୮୩ରେ ପ୍ରଥମ ବିଶ୍ୱକପ୍‌ ଟ୍ରଫି ଜିତିଥିଲା। ଏହାପରେ ୨୦୧୧ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ୨ୟ ଥର ପାଇଁ ବିଶ୍ୱକପ୍‌ ଟ୍ରଫି ଜିତିଥିଲା ଭାରତ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.