୨୦୧୪ ପୂର୍ବର ସମୟ ବିଫଳତାର ଦଶନ୍ଧୀ ଥିଲା, ୨୦୩୦ ଭାରତର ଦଶନ୍ଧୀ ହେବ: କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ୍

Published By : Prameya-News7 Bureau | February 08, 2023 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ସମସ୍ତ ସୁଯୋଗକୁ ହରାଇଛି। କିନ୍ତୁ ୨୦୩୦ ପରେ ଏହା ଭାରତ ବିକାଶର ଦଶନ୍ଧୀ ହେବ ବୋଲି ମୋଦୀ କହିଛନ୍ତି।

ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି ଯେ ଦଳ ପ୍ରତି ସୁଯୋଗକୁ ବିପଦରେ ପରିଣତ କରିଛି। ଏହା କଂଗ୍ରେସର ପରିଚୟ ହୋଇଗଲା। ହେଲେ ଆଜି ଦେଶର ସାମର୍ଥ୍ୟ ବାହାରକୁ ଆସିଛି। ସେହିପରି ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ନେଇ ମୋଦୀ କହିଛନ୍ତି ଯେ ୨୦୧୦ ସିଡବ୍ଲୁଜି ଭାରତର ଯୁବବର୍ଗର ସାମର୍ଥ୍ୟ ଦେଖାଇବାର ଏହା ଭଲ ସୁଯୋଗ ଥିଲା। ହେଲେ ମଉକାକୁ ପୁଣିଥରେ ବିପଦରେ ପରିଣତ କରିଦିଆଗଲା। ସିଡବ୍ଲୁଜି ଭ୍ରଷ୍ଟାଚାରେ ଦେଶ ବଦନାମ ହେଲା ବୋଲି ମୋଦୀ କହିଛନ୍ତି।

ଲୋକେ ସବୁବେଳେ ମନେ ରଖିବେ ଯେ ୨୦୧୪ ପୂର୍ବର ଦଶନ୍ଧୀ ଲଷ୍ଟ ଡିକେଡ୍(ବିଫଳତାର ଦଶନ୍ଧୀ) ବୋଲି କୁହାଯିବ ଓ ଏକଥାକୁ ଲୋକେ ଅସ୍ୱୀକାର କରିବେ ନାହିଁ ଯେ ୨୦୩୦ ଦଶନ୍ଧୀ ଭାରତର ଦଶନ୍ଦୀ ହେବ ବୋଲି ମୋଦୀ କହିଛନ୍ତି।

ନିଜ ଶାସନର ସଫଳତା ଦର୍ଶାଇ ମୋଦୀ କହିଛନ୍ତି “ବର୍ତ୍ତମାନ ସାରା ବିଶ୍ୱ ଭାରତକୁ ଏକ ସକ୍ରିୟ ଆଶା ଓ ବିଶ୍ୱାସ ନେଇ ଦେଖୁଛି। ଖୁସୀର କଥା ଯେ ଆଜି ଭାରତକୁ ଜ-୨୦ର ଅଧ୍ୟକ୍ଷତା କରିବାକୁ ସୁଯୋଗ ମିଳିଛି। ଏହା ଦେଶ ପାଇଁ ଓ ୧୪୦ ଭାରତୀୟଙ୍କ ପାଇଁ ଗର୍ବର କଥା। କିନ୍ତୁ ଏହି ସଫଳତା କିଛି ଲୋକଙ୍କୁ ବାଧୁଛି।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.