ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୈତରଣୀ ନଦୀକୁ ଧସିଲା ୨ଶହ ଫୁଟର ସୁରକ୍ଷାବନ୍ଧ, ନଦୀତଟରେ ଥିବା ପରିବାର ଆତଙ୍କିତ

26/08/2022 at 12:53 PM

ଚାନ୍ଦବାଲି ୨୬।୮: ବୈତରଣୀ ନଦୀକୁ ଧସିଲା ୨ଶହ ଫୁଟର ସୁରକ୍ଷାବନ୍ଧ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ଭାବେ ପରିଚିତ ସୁନ୍ଦରପୁର ପଞ୍ଚାୟତର ଦୋହରାପାଟଣା ଗାଁ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ଶୁକ୍ରବାର ବୈତରଣୀ ନଦୀକୁ ୨ ଶହ ଫୁଟର ସୁରକ୍ଷାବନ୍ଧ ଓ ବାଲିବସ୍ତା, ବଲା ଧସିଯାଇଛି । ଫଳରେ ଏବେ ନଦୀତଟରେ ଘର କରି ରହିଥିବା ଦେଢ ଶହ ପରିବାର ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏପରିକି ବନ୍ଧ କ୍ରମଶଃ ଧସି ଚାଲିଥିବାରୁ ବନ୍ଧକୁ ଗାଁ ଲୋକ ଜଗି ବସିଛନ୍ତି ।

ଚଳିତ ବନ୍ୟାରେ ଏଠାରେ ବନ୍ଧର ଘଳିଆ ପଡିଥିବାରୁ ଜଳସମ୍ପଦ ବିଭାଗ ପକ୍ଷରୁ ବାଲିବସ୍ତା ଓ ବଲା ଦିଆଯାଇଥିଲା । କିନ୍ତୁ ଏହା ଅତି ନିମ୍ନମାନର ଓ ତରବରିଆ ଭାବେ କରାଯାଇଥିବାରୁ ଏପରି ଘଟଣା ଘଟିଲା ବୋଲି ସ୍ଥାନୀୟ ନଦୀକୂଳିଆ ଲୋକ କହିଛନ୍ତି । ବନ୍ୟା ଛାଡିବା ପରେ ଏବେ ବିପନ୍ନମାନେ ଘର ସଜାଡୁଥିବା ବେଳେ ନଦୀବନ୍ଧ ଧସିବାରୁ ଆତଙ୍କିତ ହୋଇପଡିଛନ୍ତି ।

   Related Posts