ନାବାଳିକାକୁ ପ୍ରଥମେ ପ୍ରେମ, ପରେ ଗର୍ଭବତୀ କରିଥିଲା ଅଭିଯୁକ୍ତ, ୨୦ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଲେ କୋର୍ଟ

Published By : Prameya-News7 Bureau | September 14, 2022 IST

କନ୍ଧମାଳ, ୧୪/୦୯: ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍‌ । ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ରାୟ ଶୁଣାଇଛନ୍ତି । ଫିରିଙ୍ଗିଆ ଥାନା ଅନ୍ତର୍ଗତ କେଲାପଡା ଗ୍ରାମର ଅଭିଯୁକ୍ତ ରୋହିତ କହଁର (୨୧ ବର୍ଷ)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l     

ସୂଚନା ଅନୁଯାୟୀ ଗତ ୨୦୨୦ ମସିହା ଖରା ଛୁଟି ସମୟରେ ଏହି ଘଟଣା ଘଟାଇଥିଲା ଅଭିଯୁକ୍ତ । କ.ନୂଆଗାଁ ଥାନା ଅଂଚଳର ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ପୀଡିତା ଏକାକୀ ଘରେ ଥିବା ବେଳେ ସେହି ଅଂଚଳକୁ କୁଣିଆ ହୋଇ ଯାଇଥିଲା ରୋହିତ କହଁର । ନାବାଳିକା ପୀଡିତା ଘରକୁ ଯିବା ଆସିବା କରି ନାବାଳିକା ସହ ପ୍ରେମ ସମ୍ପର୍କ ସ୍ଥାପନ କରି ରୋହିତ ଦୁଷ୍କର୍ମ କରିଥିଲା l ଫଳରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିଲା । ଏ ନେଇ ପୀଡିତା ପରିବାର ଲୋକଙ୍କୁ ଜଣାଇଥିଲା l ଘଟଣା ଶୁଣିବାପରେ ପୀଡିତାର ମା କ.ନୂଆଗାଁ ଥାନାରେ ଏତଲା ଦେଇଥିଲେ l ପୋଲିସ ୬୦/୨୦୨୦ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ରୋହିତକୁ ଗିରଫ କରି କୋର୍ଟଚାଲାଣ କରିଥିଲା l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.