ସୀମା ଟପିଲା ନୃଶଂସତା: ୫୧ ଥର ସ୍କ୍ରୁଡାଇଭର ଭୁଷି ଯୁବତୀଙ୍କୁ ହତ୍ୟା

Published By : Prameya-News7 Bureau | December 27, 2022 IST

ନୂଆଦିଲ୍ଲୀ, ୨୭/୧୨: ଥରେ ନୁହେଁ କି’ ଦୁଇ ଥର ନୁହେଁ ୫୧ ଥର ସ୍କ୍ରୁଡାଇଭର ଭୁଷି ଯୁବତୀଙ୍କୁ ହତ୍ୟା। ଏଭଳି ଏକ ଲୋମହର୍ଷକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ର କୋରବା ଜିଲ୍ଲାରେ। ଯେଉଁଠାରେ ଜଣେ ଯୁବକ ସ୍କ୍ରୁଡାଇଭର ଭୁଷି ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ହତ୍ୟା କରିଛି। ପୋଲିସ୍‌ର କହିବା ଅନୁଯାୟୀ ଯୁବତୀ ଜଣକ ଉକ୍ତ ଯୁବକଙ୍କ ସହ କଥା ହେବାକୁ ମନା କରିଥିଲେ। ଆଉ ଏହାକୁ ନେଇ ଯୁବକ ଜଣକ ସ୍କ୍ରୁ ଡାଇଭରରେ ୫୧ ଥର ଭୁଷି ହତ୍ୟା କରିଥିଲେ।

ଘଟଣା ଡିସେମ୍ବର ୨୪ ସାଉଥ୍‌ ଇଷ୍ଟର୍ଣ୍ଣ କୋଲ୍‌ଫିଲ୍ଡ୍ସର ପମ୍ପ ହାଉସ୍ କଲୋନିରେ ଘଟିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଜଣକ ଜଶପୁର ଜିଲ୍ଲାର। ଉଭୟ ତିନି ବର୍ଷ ପୂର୍ବେ ଦେଖାହୋଇଥିଲେ। ଯୁବତୀଙ୍କ ଜଣକ ପ୍ରତିଦିନ ଯେଉଁ ବସ୍‌ରେ ଯାଉଥିଲେ ଅଭିଯୁକ୍ତ ଜଣକ ସେହି ବସ୍‌ର କଣ୍ଟକ୍ଟର ଥିଲେ। ଏଭଳି ଭାବରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା।

ଏହାପରେ ଅଭିଯୁକ୍ତ ଗୁଜରାଟ ଚାଲିଯାଇଥିଲେ କିନ୍ତୁ ସେମାନେ ଫୋନ୍‌ରେ ଯୋଗାଯୋଗରେ ରହିଥିଲେ। କିନ୍ତୁ ଯେତେବେଳେ ମହିଳା ଜଣକ କଥା ହେବାକୁ ମନା କରିଥିଲେ। ଅଭିଯୁକ୍ତ ଜଣକ ଯୁବତୀଙ୍କ ପରିବାର ଲୋକଙ୍କୁ  ମଧ୍ୟ ଧମକାଇଥିଲେ ବୋଲି କହିଛନ୍ତି କୋରବା ପୋଲିସ୍‌ ସୁପରିଟେଣ୍ଡେଣ୍ଟ ସନ୍ତୋଷ କୁମାର ସିଂହ।

ତେବେ ଗତ ୨୪ ତାରିଖରେ ଯୁବତୀ ଜଣକ ଘରେ ଏକୁଟିଆ ଥିବା ସମୟରେ ଅଭିଯୁକ୍ତ ତାଙ୍କ ଘରକୁ ଆସିଥିଲା। ଉଭୟଙ୍କ ମଧ୍ୟରେ ଏହାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଯୁବତୀଙ୍କ ପାଟିକୁ ଏକ ତକିଆ ସାହାଯ୍ୟରେ ଚାପି ରଖିଥିଲା ଏବଂ ଏକ ସ୍କ୍ରୁଡାଇଭର ସାହାଯ୍ୟରେ ୫୧ ଥର ଭୁଷିଥିଲା ଅଭିଯୁକ୍ତ । ତେବେ ଘଟଣାରେ ଏକ ମାମଲା ରୁଜୁ କରାଯାଇଛି । ୪ଜଣ ପୋଲିସ୍ ଟିମ୍ ତଦନ୍ତ ପ୍ରକ୍ରିୟାରେ ସାମିଲ୍‌ ହୋଇଛନ୍ତି। ଅଭିଯୁକ୍ତର ସନ୍ଧାନ ଜାରି ରହିଛି ବୋଲି କହିଛନ୍ତି ଏସପି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.