ନାବାଳକକୁ ଅସଦାଚରଣ ମାମଲାର ରାୟ ଶୁଣାଇଲେ କୋର୍ଟ, ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ
23/06/2022 at 11:04 PM

ବ୍ରହ୍ମପୁର, ୨୩/୦୬: ନାବାଳକକୁ ଅସଦାଚରଣ ଅଭିଯୋଗ ମାମଲାର ରାୟ ଶୁଣାଇଲେ ବ୍ରହ୍ମପୁର ପୋସ୍କୋ କୋର୍ଟ । ଅଭିଯୁକ୍ତ ରବୀନ୍ଦ୍ର ରଣାଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ । ପୀଡିତଙ୍କ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଜିଲ୍ଲା ଆଇନ୍ ପ୍ରାଧୀକରଣ ସେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୨୦୧୪ ମସିହା ଫେବୃୟାରୀ ମାସ ୧୫ ତାରିଖରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ସୁନାରି ସାହିରେ ଘଟିଥିଲା ଏହି ଘଟଣା । ୨୦୧୪ ମସିହା ଫେବୃୟାରୀ ମାସ ୧୬ ତାରିଖରେ ଏନେଇ ମାମଲା ରୁଜୁ ହୋଇଥିଲା ।