ଅବୁଝା ମୌସୁମୀର ମିଜାଜ୍: ଏପଟେ ତାତୁଛି ଓଡ଼ିଶା, ଆଜି ୨୦ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍

Published By : Prameya-News7 Bureau | June 13, 2023 IST

ଭୁବନେଶ୍ୱର: ଗୁଜରାଟରେ ବାତ୍ୟା ବିପର୍ଯ୍ୟୟ ଯୋଗୁ ତୁହାକୁ ତୁହା ବର୍ଷା ସାଙ୍ଗକୁ ପ୍ରବଳ ପବନ ଆରମ୍ଭ ହୋଇଗଲାଣି। ହେଲେ ଏପଟେ ଓଡ଼ିଶା ଖଇଫୁଟା ତାତିରେ ଫୁଟୁଛି। ପାଣିପାଗ ବିଭାଗ କହିଛି ଆଗକୁ ଆହୁରି ୫ ଦିନ କଲବଲ ହେବେ ରାଜ୍ୟବାସୀ।

ସେପଟେ ମୌସୁମୀ ମିଜାଜ ବୁଝି ହେଉନି। କେବେ ୧୫-୧୬ ଭିତରେ ମୌସୁମୀ ଛୁଇଁବ ବୋଲି ଅନୁମାନ କରାଯାଉଥିବା ବେଳେ ଆଉ କେତେବେଳ ଆହୁରି ବିଳମ୍ବ ହେବ ବୋଲି ପାଣିପାଗ ବିଭାଗ କହୁଛି।

{"width":834,"height":469}
No respite from heat as day temperature to rise further by 3-4 degree  Celsius in Odisha

ପ୍ରବଳ ଖରା ସାଙ୍ଗକୁ ପାରା ୪୦ ପାର୍ ହେଉଛି। ଆଜି ୨୦ ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି। ତେବେ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୪.୩ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ତା ପଛକୁ ରହିଛି ହିରାକୁଦ। ଏଠାରେ ତାପମାତ୍ରା ୪୩.୭ ଡିଗ୍ରୀ ରେକର୍ଡ ହୋଇଛି।

wp:embed {"url":"https://twitter.com/mcbbsr/status/1668611124907110402?s=20","type":"rich","providerNameSlug":"twitter","responsive":true}
https://twitter.com/mcbbsr/status/1668611124907110402?s=20
/wp:embed

ପଢ଼ନ୍ତୁ -ଆହୁରି ୫ ଦିନ କଲବଲ କରିବ ତାତି, ୧୫ରୁ ୧୬ ମଧ୍ୟରେ ମୌସୁମୀ ଓଡିଶା ପହଞ୍ଚିବ

୨୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍

ସେହିପରି ଝାରସୁଗୁଡ଼ା ୪୩.୪, ସୁନ୍ଦରଗଡ଼ ୪୨.୮, ଦେବଗଡ଼ ୪୨.୮, ରାଉର୍‌କେଲା ୪୨.୬, ବଲାଙ୍ଗିର ୪୨.୫, ବୌଧ ୪୨.୫, ନୂଆପଡ଼ା ୪୨.୦, ଅନଗୁଳ ୪୧.୭,ବରଗଡ଼ ୪୧.୬, ସୋନପୁର ୪୧.୩, ତାଲଚେର୪୧.୦, ଫୁଲବାଣୀ ୪୧.୦, ମାଲକାନଗିରି ୪୧.୦, ବାରିପଦା ୪୦.୫, କେଉଁଝର ୪୦.୧ ଟିଟିଲାଗଡ଼ ୪୦.୦, ବାଲେଶ୍ୱର ୩୯.୪ ଓ ଢେଙ୍କାନାଳ ୩୮.୯ ଡିଗ୍ରୀ ସେଲ୍‌ସିୟସ୍ ରେକର୍ଡ କରାଯାଇଛି।  

Heat wave returns: 18 places in Odisha record 40-plus temperature

ଅବୁଝା ମୌସୁମୀ ମିଜାଜ୍‌

ଏମିତି ଆହୁରି ୫ ଦିନ ରାଜ୍ୟରେ ଗରମ ଗୁଳୁଗୁଳି ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି। ଏତେ ବେଳକୁ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥାଏ। ଆକାଶରେ ମେଘ ଥାଏ, ଖରା ପାଣିଚିଆ ହୋଇଯାଇଥାଏ। କିନ୍ତୁ ଏବର୍ଷ ଯେମିତି ନିଆଁ ବର୍ଷୁଛି । ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ଆହୁରି ବଢ଼ିବ। ଆଗକୁ ସ୍ଥିତି ଅଣାୟତ ହେବ।

୧୭ ତାରିଖ ଯାଏ ନିସ୍ତାର ନାହିଁ । ୧୫ରୁ ୧୬ ତାରିଖ ଭିତରେ ମୌସୁମୀ ଓଡ଼ିଶା ପହଞ୍ଚିବ ବୋଲି IMD(ଭାରତୀୟ ପାଣିପାଗ ବିଭାଗ) ଆକଳନ କରିଥିଲା । କିନ୍ତୁ ୧୭ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହ ରହିବ ବୋଲି ସାନି ଆକଳନ କରିଛି। ଗୁଣ୍ଡିଚା ଡେଇଁ ହେରା ପଞ୍ଚମୀ ପର୍ଯ୍ୟନ୍ତ ମୌସୁମୀ ଓଡ଼ିଶା ଆସିବାର ନାହିଁ।

{"width":839,"height":472}
At 44.2 degree C, Bhubaneswar breaks 78 year record for temperature in  March | Latest News India - Hindustan Times

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.