ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ୟୁକ୍ରେନରେ ଲୋକଙ୍କ କାରକେଡ୍ ଉପରେ ଗୁଳିମାଡ, ୨୦ ମୃତ; ପରମାଣୁ ପ୍ଲାଣ୍ଟ ମହାନିର୍ଦ୍ଦେଶକ ଅପହରଣ

1/10/2022 at 7:09 PM

ନୂଆଦିଲ୍ଲୀ: ୟୁକ୍ରେନରେ ଲୋକଙ୍କ କାରକେଡ୍ ଉପରେ ଗୁଳିମାଡର ଖବର ସାମନାକୁ ଆସିଛି । ଏହି ଗୁଳିମାଡରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନ ଅଧିକାରୀଙ୍କ ଦାବି ଅନୁସାରେ, ଦେଶର ଉତ୍ତର-ପୂର୍ବରେ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବା ସମୟରେ ଗୁଳିମାଡ କରାଯାଇଛି । ଏଥିରେ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ ୟୁରୋପର ସବୁଠୁ ପାୱାର ପ୍ଲାଣ୍ଟର ମୁଖ୍ୟଙ୍କୁ ରୁଷ ଅପରହଣ କରି ନେଇଥିବା ୟୁକ୍ରେନ ଅଭିଯୋଗ ଆଣିଛି । ୟୁକ୍ରେନର ପରମାଣୁ କମ୍ପାନି ଏନର୍ଗୋଟମ ଶନିବାର କହିଛି ରୁଷ ସେନା ଜାପୋରିଜଜିଆ ପରମାଣୁ ଉର୍ଜା ପ୍ଲାଣ୍ଟର ମହାନିର୍ଦ୍ଦେଶକ ଇହୋର ମୁରାଶୋଭଙ୍କୁ ଅପହରଣ କରି ନିଆଯାଇଛି। ଶୁକ୍ରବର ଅପରାହ୍ଣରେ ଅପହରଣ କରାଯାଇଥିବା ୟୁକ୍ରେନ କହିଛି। ଏନର୍ଗୋଟନ କହିଛି, ରୁଷ ସୈନିକମାନେ ପ୍ରଥମେ ମୁରାଶୋଭଙ୍କ କାରକୁ ଅଟକାଇଥିଲେ । ତାଙ୍କ ଆଖିରେ କଳା ପଟ୍ଟି ବାନ୍ଧି କୌଣସି ଗୋଟିଏ ଅଜ୍ଞାତ ସ୍ଥାନକୁ ନେଇ ଯାଇଛନ୍ତି । ତେବେ ରୁଷ ଏହି ଦାବିକୁ ଖଣ୍ଡନ କରୁଛି ।

   Related Posts