ରାଜ୍ୟରେ ଆଉ ୨୦ କରୋନା ପଜେଟିଭ୍ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲା ୨୦୫ରେ

Published By : Prameya-News7 Bureau | May 07, 2020 IST

ଭୁବନେଶ୍ୱର ୦୭|୦୫ : ରାଜ୍ୟରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା । ଏହି ମହାମାରୀକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । କିନ୍ତୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଆଉ ୨୦କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତମାନଙ୍କ ମଧ୍ୟରୁ ୧୭ଜଣ ଗଞ୍ଜାମ ଜିଲ୍ଲାର ଥିବାବେଳେ ୩ଜଣ ମୟୁରଭଞ୍ଜ ଜିଲ୍ଲାର ରହିଛନ୍ତି । ତେବେ ମୟୁରଭଞ୍ଜ ଜିଲ୍ଲାରେ ପ୍ରଥମ ଥର କରୋନା ସଂକ୍ରମିତ ଚିହ୍ନଟ ହେବା ସହ ଏହି ଜିଲ୍ଲା କରୋନା ଏବେ କରୋନା ମ୍ୟାପ୍‌ରେ ଯୋଡି ହୋଇଛି ।

{"id":265874,"sizeSlug":"large"}

ସୂଚନାଯୋଗ୍ୟ ଯେ, ରାଜ୍ୟର ଗତକାଲି ବିଭିନ୍ନ ସ୍ଥାନରୁ ୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାହାକୁ ମିଶାଇ ରାଜ୍ୟରେ ଗତାକାଲି ସୁଦ୍ଧା ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଥିଲା । ଗତକାଲି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ, ବାଲେଶ୍ୱର, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲାରୁ ଚିହ୍ନଟ ହୋଇଥିଲେ । ତେବେ ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତଙ୍କ ମଧ୍ୟରୁ କାହାର ପଶ୍ଚିମବଙ୍ଗ ଲିଙ୍କ୍ ରହିଥିଲା ତ କାହାର ସୁରଟ ଲିଙ୍କ୍‌ ରହିଥିଲା । ରାଜ୍ୟରେ ଏବେ କରୋନା ମ୍ୟାପ୍‌ରେ ଜଗତସିଂହପୁର ଜିଲ୍ଲା ଯୋଡି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.