ବୋଗୋଟା: କୋଲମ୍ବିଆରେ ଶନିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି। ପାନ-ଆମେରିକା ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍ ଓଲଟି ୨୦ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆହତମନଙ୍କ ମଧ୍ୟରେ ଛୋଟ ଶିଶୁ ଓ ଜଣେ ୮ ବର୍ଷର ପିଲା ବି ରହିଥିବା ପୁଲିସ ସୂଚନା ଦେଇଛି।
ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ବସ୍ରେ ବ୍ରେକ୍ ଫେଲ୍ ହେବା କାରଣରୁ ଏଭଳି ଦୁର୍ଘଟଣା ଘଟିଛି। କୋଲୋମ୍ବିଆର ସାଉଥକର୍ଣ୍ଣରେ ଅଞ୍ଚଳରେ ବସ୍ଟି ପୋର୍ଟ ସିଟିରୁ ଟୁମାକୋ ଯାଉଥିଲା। ଏକ ବୁଲାଣିରେ ବୁଲୁଥିବା ବେଳେ ହଠାତ୍ ସାମ୍ନାକୁ ଆଉ ଏକ ଗାଡ଼ି ଚାଲି ଆସିଥିଲା। ଏହାପରେ ଚାଳକ ନିୟନ୍ତ୍ରଣ ହରାଇବାରୁ ବସଟି ଓଲଟି ପଡ଼ିଥିଲା।
{"width":837,"height":563}ଏହି ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଖବର ପାଇଁ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଓଲଟିପଡ଼ିଥିବା ବସ୍କୁ ସିଧା କରିବା ସହିତ ଯାତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଉଦ୍ଧାର କାର୍ଯ୍ୟପାଇଁ ପୁଲିସ ଓ ଅଗ୍ନିଶମ ବିଭାଗକୁ ୯ ଘଣ୍ଟା ସମୟ ଲାଗିଥିଲା ବୋଲି ପୁଲିସ ସୂଚନା ଦେଇଛି।