ବୈଠକ ବେଳେ ମହୁମାଛିଙ୍କ ଆକ୍ରମଣ, ୨୦ରୁ ଅଧିକ ଆହତ

Published By : Prameya-News7 Bureau | March 04, 2020 IST

ରାଉରକେଲା ୪।୩: ଗୋଡେଇ ଗୋଡେଇ ବିନ୍ଧିଲେ, ଚେୟାର ଛାଡି ଲୋକେ ଦୌଡିଲେ । ମହୁମାଛି ଆତଙ୍କରେ ବୈଠକସ୍ଥଳରେ ଭୟ । ରାଉରକେଲାର ବୀରମିତ୍ରପୁରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ ।

ସୂଚନାଯୋଗ୍ୟ ଯେ, ରାଉରକେଲା ବୀରମିତ୍ରପୁର ଡାକ ବଙ୍ଗଳାରେ ଚାଲିଥିଲା ବୈଠକ । ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ବରେ ଏହି ଦଳୀୟ ବୈଠକ ଚାଲିଥିବା ନେଇ ଜଣାପଡିଛି । ତେବେ ବୈଠକକୁ ଭଣ୍ଡୁର କରିଛନ୍ତି ମହୁମାଛି । କର୍ମୀମାନଙ୍କୁ ମହୁମାଛି ଗୋଡେଇ ଗୋଡେଇ କାମୁଡିଥିବା ଦେଖିବାକୁ ମିଳିଥିଲା । ଫଳରେ ବୈଠକରେ ଉପସ୍ଥିତ ଥିବା ୨୦ରୁ ଅଧିକ କର୍ମୀ ଆହତ ହୋଇଥିବା ଜଣାପଡିଛି । ଏଭଳି ପରିସ୍ଥିତି ଦେଖି ବୈଠକକୁ ସ୍ଥଗିତ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.