ଭାରସାମ୍ୟ ହରାଇ ଓଲଟିଲା ଯାତ୍ରା ପାର୍ଟି ଗାଡି, ୨୦ରୁ ଅଧିକ ଆହତ

Published By : Prameya-News7 Bureau | April 17, 2019 IST

କଳାହାଣ୍ଡି ୧୭।୪: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଭାଟି ଛକଠାରେ ଦୁଘର୍ଟଣା ହୋଇଛି । ଭାରସାମ୍ୟ ହରାଇ ଯାତ୍ରା ପାର୍ଟି ପିକ୍ ଅପ୍ ଭ୍ୟାନ୍‌ ଓଲଟିପଡିଛି । ପିକଅପ ଭ୍ୟାନ୍ ଟି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ସେଥିରେ ଯାଉଥିବା କଳାକାରଙ୍କ ମଧ୍ୟରୁ ୨୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଧର୍ମଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

{"id":104303}

ଯାତ୍ରା ପାର୍ଟି ପିକଅପ ଭ୍ୟାନ୍ ଖଡିଆଳରୁ ଧର୍ମଗଡ ଯାତ୍ରା ପରିବେଷଣ ପାଇଁ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ତଦନ୍ତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.