ବିଶ୍ବର ୫୦୦ ସର୍ବଶ୍ରେଷ୍ଠ କମ୍ପାନୀଙ୍କ ମଧ୍ୟରେ ଭାରତର ୨୦, ତାଲିକାରେ ରହିଛନ୍ତି...

Published By : Prameya-News7 Bureau | December 11, 2022 IST

ନୂଆଦିଲ୍ଳୀ, ୧୧/୧୨: ଭାରତ ଆଜି ସାରା ଦେଶରେ ସୁଯୋଗର ଗନ୍ତାଘର ଭାବରେ ଉଭା ହୋଇଛି। ବିଶ୍ବରେ ଯୋଗାଣ ଶୃଙ୍ଖଳାରେ ମଧ୍ୟ ଏକ ପ୍ରମୁଖ ଯୋଗଦାନକାରୀ ଭାବରେ ମଧ୍ୟ ରହିଛି। ସେଥିପାଇଁ ତ’ ରିଲାଏନ୍ସ ଗ୍ରୁପ୍, ଅଦାନୀ ଗ୍ରୁପ୍ ସମେତ ଭାରତର ୨୦ ସଂସ୍ଥା ବିଶ୍ବର ୫୦୦ ଟି ସର୍ବଶ୍ରେଷ୍ଠ କମ୍ପାନୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

ଶୁକ୍ରବାର ଜାରି ହୋଇଥିବା ୨୦୨୨ ହୁରୁନ ଗ୍ଲୋବାଲ ୫୦୦ ରିପୋର୍ଟରେ ୨୦ ଭାରତୀୟ କମ୍ପାନୀଙ୍କ ନାମ ରହିଛି। ଗତ ବର୍ଷ ଏହି ତାଲିକାରେ ୮ କମ୍ପାନୀ ତାଲିକାରେ ରହିଥିଲେ। ତେବେ ଚଳିତ ବର୍ଷ ଏହି ରିପୋର୍ଟ ସହ ଭାରତ ପଞ୍ଚମ ସ୍ଥାନକୁ ପହଞ୍ଚିଛି ଏବଂ ଭାରତ ସଂଖ୍ୟା ତୁଳନାରେ  ଆମେରିକା, ଚାଇନା, ଜାପାନ, ୟୁକେକୁ ପଛରେ ପକାଇଛି।

ଭାରତର ସବୁଠୁ ସର୍ବଶ୍ରେଷ୍ଠ କମ୍ପାନୀ ମଧ୍ୟରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ରହିଛି ଯାହାର ମୂଲ୍ୟ ୨୦୨ ଡଲାର ରହିଛି। ଏହା ୩୪ ତମ ସ୍ଥାନରେ ରହିଛି। ଏହାପରେ ରହିଛି ଆଇଟି କମ୍ପାନୀ ଟିସିଏସ। ଯାହାର ମୂଲ୍ୟ ୧୩୯ ବିଲିୟନ ଡଲାର ରହିଛି। ଏହି ଦୁଇ କମ୍ପାନୀ ଟପ୍‌ ୧୦୦ କମ୍ପାନୀଙ୍କ ମଧ୍ୟରେ ରହିଛନ୍ତି। ଏହାପରେ ଭାରତର ବେସରକାରୀ ବ୍ୟାଙ୍କ୍ ଭାବରେ ତୃତୀୟ ସବୁଠୁ ମୂଲ୍ୟବାନ କମ୍ପାନୀ ମଧ୍ୟରେ ଏଚଡିଏଫସି ବ୍ୟାଙ୍କ ରହିଛି ଯାହାର ମୂଲ୍ୟ ୯୭ ବିଲିୟନ ରହିଛି।

ତାଲିକାରେ ଦେଶର ସବୁଠୁ ଧନୀ ବ୍ୟକ୍ତି ଗୌତମ ଅଦାନୀଙ୍କ ଅଦାନୀ ଗ୍ରୁପର ଚାରି କମ୍ପାନୀ ଅଦାନୀ ଟ୍ରାନ୍ସମିଶନ, ଅଦାନୀ ଗ୍ରୀନ୍, ଅଦାନୀ ଗ୍ରୀନ୍ ଏନର୍ଜୀ ଏବଂ ଅଦାନୀ ଟୋଟଲ ଗ୍ୟାସ୍। ୬୩ ବିଲିୟନ ଡଲାର ସହ ଅଦାନୀ ଏଣ୍ଟରପ୍ରାଇଜ୍ ସବୁଠାରୁ ମୂଲ୍ୟବାନ କମ୍ପାନୀ ଭାବରେ।

ତେବେ ଆପଲ୍ ୨.୪ ଟ୍ରିଲିୟନ ଡଲାର ସହ ବିଶ୍ବର ସବୁଠୁ ମୂଲ୍ୟବାନ କମ୍ପାନୀ ମଧ୍ୟରେ ରହିଛି। ଏହାପରେ ୧.୮ ଟ୍ରିଲିୟନ ଡଲାର ସହ ମାଇକ୍ରୋସଫ୍ଟ, ୧.୩ ଟ୍ରିଲିୟନ ଡଲାରର ଆଲଫାବେଟ୍, ୧.୨ ଟ୍ରିଲିୟନ ଡଲାର ସହ ଆମାଜନ, ୬୭୨ ଡଲାର ସହ ଟେସଲା ଟପ୍ ୫ ମୂଲ୍ୟବାନ କମ୍ପାନୀଙ୍କ ମଧ୍ୟରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.