ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୨୦ ବଖରା ଘର; ୫ ପରିବାର ସର୍ବସ୍ୱାନ୍ତ

Published By : Prameya-News7 Bureau | May 23, 2023 IST

ଭଞ୍ଜନଗର ୨୩/୦୫: ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୨୦ରୁ ଅଧିକ ବଖରା ଘର। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଗଣ୍ଡାଧାର ଗାଁରେ ଦେଖିବାକୁ ମିଳିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣଜଣା ପଡ଼ିନାହିଁ। ବେଲଗୁଣ୍ଠା ଏବଂ ଜଗନ୍ନାଥ ପ୍ରସାଦ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

{"id":791330,"sizeSlug":"full","linkDestination":"none"}

ଗାଁର ରାଜୁ ପ୍ରଧାନ, ପାଣୁ ସାହୁ, କୃଷ୍ଣ ଡାକୁଆ, ଶିଶୁ ମାଟିଆ, ନିରଞ୍ଜନ ସେନାପତି ଇତ୍ୟାଦି ବ୍ୟକ୍ତିଙ୍କ ଅନେକ ଆସବାବ ପତ୍ର ସହିତ ଧାନ ଚାଉଳ ପୋଡି ଯାଇଛି। ଗ୍ରାମ ପଞ୍ଚାୟତ ପକ୍ଷରୁ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତି ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ଅନ୍ୟପଟେ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ପ୍ରଶାସସନ ପକ୍ଷରୁ ସରକାରୀ ସହାୟତା ଯୋଗାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.