ଆମ୍ବାସୀ ବାରରେ ଗଣ୍ଡଗୋଳ ଘଟଣା, ୨୦ରୁ ଅଧିକ ଗିରଫ
9/01/2023 at 1:59 PM

Image Courtesy : file
ଭୁବନେଶ୍ୱର ୦୯।୦୧ : ଭୁବନେଶ୍ବର ପଟିଆ ଅଞ୍ଚଳରେ ଆମ୍ବାସୀ ବାରରେ ଗଣ୍ଡଗୋଳ ଘଟଣା । ମାମଲାରେ ୨୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି ପୋଲିସ ।
ଖବର ଅନୁଯାୟୀ, ଗତ ଶନିବାର ରାତିରେ ଏହି ବାରରେ ପ୍ରବେଶକୁ ନେଇ ହୋଇଥିଲା ଗଣ୍ଡଗୋଳ। ରାତି ଅଧରେ ପବ୍ରେ ପଶିବାକୁ ବାରଣ କରିବାରୁ ହୋଇଥିଲା ଖଣ୍ଡଯୁଦ୍ଧ l ଶନିବାର ବିଳମ୍ବିତ ରାତିରେ ଜଣେ ଯୁବକ ବାର୍ ଭିତରକୁ ଯିବାକୁ ଜିଦ ଧରିଥିଲେ। ବାର୍ କର୍ମଚାରୀମାନେ ଏହାକୁ ବାରଣ କରିଥିଲେ l ପରେ ୧୫ରୁ ୨୦ ଜଣ ଯୁବକ ବାର୍ ଭିତରେ ପଶି ଭଙ୍ଗାରୁଜା କରିବା ସହିତ ଫେରାର ହୋଇଯାଇଥିଲେ। ଏବେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ନିଖୋଜ ୨୦ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।
Related Posts
ବିଳମ୍ୱିତ ରାତିରେ ମାତିଲେ ଦୁର୍ବୃତ୍ତ, ତାଲା ଭାଙ୍ଗି ଲୁଟିଲେ ବ୍ୟାଙ୍କ୍
3 February 2023