Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ତାଲିବାନ ଆତଙ୍କ : କାବୁଲ ବିମାନବନ୍ଦରରେ ଗଲାଣି ୨୦ ଆଫଗାନଙ୍କ ଜୀବନ

22/08/2021 at 10:16 PM

କାବୁଲ,୨୨/୦୮:   ଆଫଗାନିସ୍ତାନରେ ତାଲିବାନର ବର୍ବରତା ବଢିବାରେ ଲାଗିଛି । ଦେଶକୁ କବଜା କରିବା ପରେ ଏବେ ଆତଙ୍କବାଦୀ ସଙ୍ଗଠନ ନୀରିହଙ୍କ ଉପରେ ଅତ୍ୟାଚାର କରୁଛି । ତାଲିବାନ ଭୟରେ ହଜାର ହଜାର ଆଫଗାନ୍ ନାଗରିକ ଦେଶ ଛାଡି ଯିବାକୁ ଉଦ୍ୟମ କରୁଛନ୍ତି । ସେମାନେ ବିମାନ ବନ୍ଦରରେ ଗହଳି ମଧ୍ୟ କରୁଛନ୍ତି । ତେବେ ଗତ ସପ୍ତାହେ ହେଲା ପ୍ରାୟ ୨୦ ନାଗିରକ ବିମାନ ବନ୍ଦରରେ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ନାଟୋର ଏକ ରିପୋର୍ଟ ଅନୁସାରେ, କାବୁଲ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଦୌଡ଼ାଦୌଡ଼ିରେ ରବିବାର ୭ ଆଫଗାନ ନାଗରିକ ପ୍ରାଣ ହରାଇଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ ତାଲିବାନ କବଜାରୁ ବଞ୍ଚିବା ପାଇଁ ଦେଶ ଛାଡି ପଳାୟନ କରୁଥିବା ଲୋକଙ୍କ ଜୀବନ ପ୍ରତି ଏବେ ବି ବିପଦ ରହିଛି। ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ ସମାନ ବୟାନ ଜାରି କରିଥିଲା । ଏହାସହ  ମନ୍ତ୍ରାଳୟ ଲୋକଙ୍କୁ ସୁରକ୍ଷିତ ବାହାର କରିବାକୁ ପ୍ରୟାସ କରୁଥିବା କହିଥିଲା ।

ଗତ ୧୬ ତାରିଖରେ କାବୁଲ ବିମାନବନ୍ଦରରେ ୫ ଜଣ ସାଧାରଣ ନାଗରିକ ଆମେରିକୀୟ ସେନା ଗୁଳିରେ ଟଳିଥିଲେ । ଆଫଗାନିସ୍ତାନରୁ ଦେଶ ବାହାରକୁ ଯିବା ପାଇଁ କେବଳ ଗୋଟିଏ ରାସ୍ତା ଖୋଲା ଅଛି ତାହା ହେଲା କାବୁଲ ବିମାନବନ୍ଦର। ଏଭଳି ପରିସ୍ଥିତିରେ ବିମାନବନ୍ଦରରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ଜମା ହୋଇଥିଲା। ବିମାନବନ୍ଦରରେ ତାଲିବାନ ହିଜାବ ପିନ୍ଧି ନଥିବା ମହିଳାଙ୍କ ଉପରକୁ ଗୁଳି ଚଳାଇଥିଲା। ଏହାର ଜବାବରେ ଆମେରିକୀୟ ସୈନିକମାନେ ମଧ୍ୟ ଗୁଳି ଚଳାଇଥିଲେ। ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଏପରି ଭାବେ ପ୍ରାୟ ୨୦ ଜଣଙ୍କର ଜୀବନ ଗଲାଣି । ବର୍ତ୍ତମାନ ବିମାନବନ୍ଦର ଆମେରିକୀୟ ସେନାର ନିୟନ୍ତ୍ରଣରେ ଅଧୀନରେ ଅଛି।

ତେବେ ଏହି ସବୁ ମୃତ୍ୟୁ ପାଇଁ ତାଲିବାନ ମୁଖପାତ୍ର ମହମ୍ମଦ ନଇମ ନାଗରିକଙ୍କ ମୃତ୍ୟୁକୁ ନିନ୍ଦା କରିବା ସହ ଆମେରିକାକୁ ଦୋଷ ଦେଇଥିଲେ । ସେ କହିଥିଲେ ଯେ, ଆମେରିକା ସମସ୍ତଙ୍କୁ ତାଙ୍କ ଦେଶକୁ ନେଇଯିବ ବୋଲି ଘୋଷଣା କରିଥିଲା । ତେଣୁ ବିମାନବନ୍ଦରରେ ଗହଳି ହୋଇଥିଲା । ଫଳରେ ଦଳାଚକଟା, ହୃଦଘାତରେ ଅନେକ ପ୍ରାଣ ହରାଉଛନ୍ତି ।

ସୂଚନାଯୋଗ୍ୟ, ତାଲିବାନ କବଳରୁ ଆଫଗାନବାସୀ ତ୍ରାହି ତ୍ରାହି ଡାକୁଛନ୍ତି । ଦିନକୁ ଦିନ ତାଲିବାନର ଅତ୍ୟାଚାର ବଢିବାରେ ଲାଗିଛି । ଏହାମଧ୍ୟରେ ପଞ୍ଜସିର୍ ଘାଟିରେ ତାଲିବାନ ଓ ଆଫଗାନିସ୍ତାନ ଫୋର୍ସ ମୁହାଁମୁହିଁ ହୋଇଥିବା ମଧ୍ୟ ଜଣାପଡିଛି ।

   Related Posts