ଦୁଇ ଯୁବକଙ୍କ ଲଙ୍କା କାଣ୍ଡ ,ପର୍ଯ୍ୟଟକଙ୍କୁ ପିଟିବା ସହ ଭାଙ୍ଗିଲେ ଗାଡି ଓ ମୋବାଇଲ
29/07/2019 at 11:19 AM

ବାଲେଶ୍ବର ୨୯/୭: ବାଲେଶ୍ବରଜିଲ୍ଲା ଭୋଗରାଇ ବ୍ଲକ ଚନ୍ଦନେଶ୍ବର -ଦିଘା ମୁଖ୍ୟ ରାସ୍ତାରେ ୨ ଯୁବକଙ୍କ ଲଙ୍କା କାଣ୍ଡ।ଯୁବକମାନେ ଦିଘା ଆସୁଥିବା ପର୍ଯ୍ୟଟକମାନଙ୍କୁ ପିଟିବା ସହ ତାଙ୍କ ମୋବାଇଲ ଭାଙ୍ଗି ଦେଇଥିଲେ।ଏଭଳି କାର୍ଯ୍ୟ କରି ଖସିଯିବା ପୂର୍ବରୁ ୨ଯୁବକଙ୍କୁ କାବୁ କରି ସ୍ଥାନୀୟ ଲୋକେ ପୁଲିସରେ ଜିମା ଦେଇଥିଲେ। ପର୍ଯ୍ୟଟକମାନେ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁରରୁ ସାଙ୍ଗମାନଙ୍କ ସହ ଏକ କାର ଯୋଗେ ଦିଘାକୁ ଆସୁଥିଲେ।

ଜଳେଶ୍ବର-ଚନ୍ଦନେଶ୍ବର ରାସ୍ତାର ବାଉଶଡିହା ଛକରେ ଏହି ୨ଜଣଙ୍କୁ ସାଇଡ ଦେଇ ନଥିଲେ।ଏଥିରେ ଏମାନେ ୧୪ କି.ମି. ପିଛାକରି ଦିଘା-ଚନ୍ଦନେଶ୍ବର ରାସ୍ତାରେ ଗାଡିକୁ ଅଟକ କରି ଏକ କାଠ ଫାଳିଆ ଓ ଇଟାରେ ଗାଡିର ଉଭୟ ପାଖ କାଚ ଭାଙ୍ଗିବା ସହ ତାଙ୍କ ମୋବାଇଲକୁ ମଧ୍ୟ ଭାଙ୍ଗି ଦେଇଥିଲେ।ସ୍ଥାନୀୟ ଲୋକେ କାବୁକରି ୨ଜଣଙ୍କୁ ଥାନାରେ ଜିମାଦେଇଥିଲେ।
Related Posts
ଷ୍ଟେସନ ନିକଟରେ ଭୁସ୍ଖଳନ, ଅଟକିଛି ସମଲେଶ୍ଵରୀ ଏକ୍ସପ୍ରେସ
14 August 2022
କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ, ମିଳୁନି ପତ୍ତା
11 August 2022