ରଖେ ହରି ତ ମାରେ କିଏ
17/08/2018 at 1:07 PM

ଜୟପୁର ୧୭/୮ : ରଖେ ହରି ତ ମାରେ କିଏ । ମରଣକୁ ମାତ୍ ଦେଲେ ଦୁଇ ଯୁବକ । ଏହା କୌଣସି ଚଳଚିତ୍ରର କାଳ୍ପନିକ କଥାବସ୍ତୁ ନୁହଁ । ଏପରି କିଛି ଅବିଶ୍ୱସନୀୟ ଲୋମ ଟାଙ୍କୁରା ଦୃଶ୍ୟ ୨ ଦିନ ତଳେ ଦେଖିବାକୁ ମିଳିଥିଲା କୋରାପୁଟ ଜିଲ୍ଲା ବିସିଂଗପୁରରେ । ପ୍ରବଳ ବର୍ଷା ଯୋଗୁଁ ସିଂଗାରୀ ନଦୀ ପୋଲ ଉପରେ ପ୍ରବଳ ପାଣି ପ୍ରବାହିତ ହେଉଥିଲା । ଆଉ ଏହି ସମୟରେ ୨ ଯୁବକ ଟ୍ରାକ୍ଟରରେ ପୋଲ ପାର ହେବାକୁ ଦେଖାଇଥିଲେ ଦୁଃସାହସ । ଆଉ ପୋଲ ପାର ହେବା ସୟରେ ପାଣିର ପ୍ରବଳ ସ୍ରୋତରେ ଟ୍ରାକ୍ଟର ସହ ୨ ଯୁବକ ଭାସିଯାଇଥିଲେ । ହେଲେ ବହୁ କଷ୍ଟରେ ନଦୀ ପହଁରି କୂଳରେ ଆସି ପହଁଚିଥିଲେ । ୨ ଯୁବକଙ୍କ ଦୁଃସାହସ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି ହେଲେ ଏହି ଯୁବକ କିନ୍ତୁ କହୁଛନ୍ତି ଏପରି ଦୁଃସାହାସ ଆଉ କେହି ବି ଦେଖାନ୍ତୁନି।
ପ୍ରବଳ ବର୍ଷାରେ ଉବୁଡୁବୁ କୋରାପୁଟ।ସବୁ ନଦୀ ପରି ବୋରିଗୁମ୍ମାର ସିଂଗାରୀ ନଦୀରେ ବି ଆସିଛି ବନ୍ୟା ପାଣି । ପୋଲ ଉପରେ ଉପରେ ୪ ଫୁଟର ପାଣି । ତେଣୁ ଲୋକମାନେ ପୋଲର ଉଭୟ ପାର୍ଶ୍ବରେ ଅଟକି ରହିଛନ୍ତି । ହେଲେ ଏହି ସମୟରେ ବନ୍ୟା ପାଣିକୁ ବେଖାତିର କରି ହଠାତ୍ ୨ ଯୁବକ ଦେଖାଇଲେ ଦୁସାହାସ।ଲୋକଙ୍କ ବାରଣ ସତ୍ତ୍ବେ ଟ୍ରାକ୍ଟର ଧରି ପୋଲ ପାରି ହେବାକୁ କଲେ ଚେଷ୍ଠା।ଆଉ ଏହି ଦୁଃସାହାସ ଏହି ୨ ଯୁବକଙ୍କ ପାଇଁ କିଛି ମୂହୂର୍ତ୍ତରେ ମହଙ୍ଗା ପଡିଲା।ପୋଲର କିଛି ଦୂର ଯାଇଛନ୍ତି କି ନାହଁ ପ୍ରବଳ ବନ୍ୟା ପାଣିରେ ଭାସିଗଲା ଟ୍ରାକ୍ଟର । ଆଉ ଟ୍ରାକ୍ଟରରୁ ଛିଟିକିପଡ ଭାସିଗଲେ ୨ ଯୁବକ । ହେଲେ ସେଠାରେ ଥିବା ଲୋକ ବି ନିରୁପାୟ କାରଣ ପାଣିର ସ୍ରୋତରୁ ଏମାନଙ୍କୁ ବଂଚାଇବା ସହଜ ନଥିଲା।ହେଲେ ରଖେ ହରି ମାରେ କିଏ।ବହୁ କଷ୍ଟରେ ଏମାନେ ପ୍ରବଳ ବନ୍ୟା ପାଣିରେ ପହଁରି ପହଁରି ଆସି କୂଳରେ ପହଁଚିଲେ।ଦୁଃସାହାସ ଦେଖାଇଥିବା ଏହି ୨ ଯୁବକ ହେଲେ ଶ୍ୟାମ ମାଝୀ ଓ ନିତ୍ୟା ବାଗ୍ । ୨ ଯୁବକଙ୍କ ଏହି ଦୁଃସାହାସ ଏବେ ସେସିଆଲ ମିଡିଆରେ ଘୁରି ବୁଲୁଛି।ଆଉ ଏମାନଙ୍କୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା । ହେଲେ ଏମାନେ କିନ୍ତୁ କହୁଛନ୍ତି ଏପରି ଭୂଲ ସେମାନେ ଆଉ କେବେ କରିବେନି।ନୂଆଁ ଜୀବନ ପାଇଥିବାରୁ ଭଗବାନଙ୍କୁ ଧନ୍ୟବାଦ ଦେବା ସହ ଏପରି ଦୁଃସାହସ ଆଉ କେହି ବି ଦେଖାନ୍ତୁନି ବୋଲି କହିଛନ୍ତି।