ଦୁଃଖଦ ଖବର: ଅଭ୍ୟାସ ସମୟରେ ବଜ୍ରପାତରେ ଚାଲିଗଲା ଦୁଇ କ୍ରିକେଟ୍ ଖେଳାଳିଙ୍କ ଜୀବନ

Published By : Prameya-News7 Bureau | September 11, 2020 IST

ନୂଆଦିଲ୍ଲୀ ୧୧/୦୯ : ଖେଳ ଜଗତରୁ ଏକ ଦୁଖଦ ଖବର ଆସିଛି | ବଜ୍ରାଘାତରେ ଦୁଇ କ୍ରିକେଟ ଖେଳାଳିଙ୍କ ମୃତ୍ୟୁ ହୋଇଛି | ଦୁଇ ଯୁବ କ୍ରିକେଟ ଖେଳାଳିଙ୍କ ମୃତ୍ୟୁ ପରେ କ୍ରୀଡା ଜଗତରେ ଶୋକର ଛାୟା ଖେଳିଆ ଯାଇଛି | ମାମଲା ବାଙ୍ଗଲାଦେଶର | ବାଙ୍ଗଲାଦେଶରେ ଅଧିକାଂଶ ସମୟରେ ମୌସୁମୀ ସମୟରେ ବଜ୍ରପାତ ହୋଇଥାଏ | ବର୍ଷା ଯୋଗୁଁ ଗାଜିପୁର ଷ୍ଟାଡିୟମରେ ଚାଲିଥିବା ଟ୍ରେନିଂ ବନ୍ଦ କରିଦିଆଯାଇଛି | କ୍ରିକେଟ ଟ୍ରେନିଂ ବନ୍ଦ କରିଦେବାରୁ କ୍ରିକେଟା ଖେଳାଳି ମହମ୍ମଦ ନଦିମା ଓ ମିଜାନପୁର ଫୁଟବଲ ଖେଳିବା ଆରମ୍ଭ କରିଥିଲେ | ଫୁଟବଲ ଖେଳୁଥିବା ସମୟରେ ବଜ୍ରପାତ ହୋଇଥିଲା ଓ ଏଥିରେ ଦୁଇ ଖେଳାଳିଙ୍କ ମୃତ୍ୟୁ ହୋଇଛି |

ମହମ୍ମଦ ପଲାସ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ | ସେ କହିଛନ୍ତି ସବୁ ହଠାତ୍ ଘଟିଥିଲା | ହଠାତ୍ ବଜ୍ରପାତ ହୋଇଥିଲା ଓ ଦୁଇ ଖେଳାଳି ପଡିଆରେ ଟଳି ପଡ଼ିଥିଲେ | ପଡିଆରେ ଉପସ୍ଥିତ ଥିବ ଅନ୍ୟ ଖେଳାଳି ଦୌଡ଼ି ଆସି ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ | ହସ୍ପିଟାଲରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା | ୧୬ ବର୍ଷୀୟ ଏହି କ୍ରିକେଟର୍ସଙ୍କ ମୃତ୍ୟୁ ବଜ୍ରପାତରେ ହୋଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି | ସ୍ଥାନୀୟ କ୍ରିକେଟ୍ କୋଚଙ୍କ ଅନୁସାରେ ଉଭୟ ବହୁତ ଭଲ ଖେଳାଳି ଥିଲେ ଓ ଟୁର୍ନାମେଣ୍ଟରେ ନିଜ ସ୍ଥାନ ପକ୍କା କରିବାକୁ ଅଭ୍ୟାସ କରୁଥିଲେ |

ସୂଚନାଯୋଗ୍ୟ ଯେ, ୨୦୧୬ ମେ ମସିହାରେ ବଜ୍ରପାତରେ ଏକାଥରେ ୮୨ ଲୋକଙ୍କ ମୃତ୍ୟୁ ହେବାପରେ ସ୍ଥାନୀୟ ପ୍ରଶାସନ ଏହାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଥିଲେ | ବାଂଲାଦେଶ ନନ ପ୍ରଫିଟ ନେଟୱାର୍କ ଡ଼ିଜାଷ୍ଟର ଫୋରମ ଅନୁଯାୟୀ ଚଳିତ ବର୍ଷ ବଜ୍ରପାତ ଯୋଗୁଁ ପାଖାପାଖି ୩୫୦ ଜଣଙ୍କ ମୃତ୍ୟୁ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.