୨ ବର୍ଷର ଏକ ନିରୀହ ଶିଶୁ ଗତ ଗୁରୁବାର ଦିନଠାରୁ ବୋରୱେଲରେ ପଡି ଜୀବନ ସହ ସଂଘର୍ଷ କରୁଛି । ଘଟଣା ପଞ୍ଜାବ ସଙ୍ଗରୁର ଜିଲ୍ଲାର ସୁନାମ ଅଂଚଳର । ଏକ ନିରୀହ ଶିଶୁ ୧୫୦ ମିଟର ଗଭୀର ବୋରୱେଲ ଗାତରେ ପଡିଯାଇଛି । ଶିଶୁଟିକୁ ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ । ଶିଶୁର ଉଦ୍ଧାର କାର୍ଯ୍ୟ ଗତ ୩ ଦିନ ହେଲା ଜାରି ରହିଛି । ଶିଶୁର ନା ହେଲା ଫତେହବୀର ସିଂହ । ଶିଶୁଟି ବୋରୱେଲରେ ପଡ଼ିଯାଇଥିବା ଖବରପାଇ ସେନା ଇନଡିଆରଏଫ୍ ଟିମ ଘଟଣାସ୍ଥଳ ପହଂଚିଥିଲେ । ଇନଡିଆରଏଫ୍ ଟିମ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସଫଳତା ମିଳିନାହିଁ ।
{"id":121268}ଏହାମଧ୍ୟରେ ୧୫୦ ମିଟର ଗଭୀର ଗାତରେ ଫସି ରହିଥିବା ଶିଶୁର ଏକ ଫଟୋ ସାମ୍ନାକୁ ଆସିଛି । ଲାପଟପ ସ୍କ୍ରିନରେ ଦେଖାଯାଉଛି ଶିଶୁର ଦୁଇଟି ହାତ । ଶିଶୁର ଦୁଇଟି ହାତ ମାଟି ଉପରକୁ ରହିଛି । ଶିଶୁର ଆଙ୍ଗୁଠିଗୁଡ଼ିକ ମୋଡି ହୋଇ ଫୁଲିଯାଇଛି । ବୋରୱେଲ ଭିତରକୁ ଲଗାତାର ଅକ୍ସିଜେନ ସପ୍ଲାଏ କରାଯାଉଛି ।
{"id":121269}ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ସନ୍ଧ୍ୟା ପ୍ରାୟ ୪ଟା ବେଳେ ଫତେହବୀର ଖେଳିଲାବେଳେ ବୋରୱେଲ ଗାତ ଭିତରେ ପଡିଯାଇଥିଲା । ଖବରପାଇ ତୁରନ୍ତ ଇନଡିଆରଏଫ ଟିମ, ଡାକ୍ତର ଟିମ ଘଟଣାସ୍ଥଳରେ ପହଂଚିଥିଲେ । ସମୟ ଗଡ଼ିବା ସଂଗେ ସଂଗେ ଚିନ୍ତା ମଧ୍ୟ ବଢି ଚହଲିଛି ।
{"id":121270}ଉଦ୍ଧାରକାର୍ଯ୍ୟ ପାଇଁ ଜେସିବି ମେସିନ ମଧ୍ୟ ଲାଗିଯାଇଛି । ଟ୍ରାକ୍ଟର ସାହାଯ୍ୟରେ ମାଟି କଢ଼ାଯାଉଛି । ବୋରୱେଲ ନିକଟରେ ପାଖାପାଖି ୪୦ ଫୁଟ ପର୍ଯ୍ୟନ୍ତ ମାଟି ଖୋଳା ଯାଇଛି । ଏହାପରେ ବୋରୱେଲ ସମାନର ଏକ ଚଉଡା ପାଇପକୁ ମାଟିରେ ପୋତିବାକୁ ଉଦ୍ୟମ କରାଯାଉଛି । ୧୧୦ ଫୁଟ ଗଭୀର ପର୍ଯ୍ୟନ୍ତ ଗଭୀର ଗାତ ତିଆରି ହୋଇସାରିଛି । ଆଖପାଖ ଅଂଚଳର ହଜାର ହଜାର ଲୋକ ଫତେହବୀରର ସୁରକ୍ଷା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।