କୃମି ଔଷଧ ଖାଇ ଦୁଇ ବର୍ଷର ଶିଶୁ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | August 12, 2022 IST

ଉଦଳା, ୧୨/୦୮: ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ୨ ବର୍ଷର ଶିଶୁ ଗୁରୁତର । ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ ରେ ଥିବା ଅଙ୍ଗନବାଡିରେ ଏହି ଅଘଟଣ ଘଟିଛି। ସକାଳେ ୱାର୍ଡ ନମ୍ବର ୩ ବାସିନ୍ଦା ବସନ୍ତ ମହାନ୍ତିଙ୍କ ୨ ବର୍ଷର ପୁଅ ବିଜୟରାଜ ମହାନ୍ତି ଅଙ୍ଗନବାଡିକୁ ଯାଇଥିଲେ । ସେଠାରେ ତାଙ୍କୁ ଆଶାଦିଦି କୃମି ଔଷଧ ଖାଇବାକୁ ଦେଇଥିଲେ । ଏହା ପରେ ଶିଶୁ ଜଣକ ଘରକୁ ପଳେଇ ଆସିଥିବା ବେଳେ ହଠାତ ଘରେ ଲଗାତାର ୩ ଥର ବାନ୍ତି ହୋଇଥିଲା ।

ଯେଉଁଥିରେ ବିଜୟରାଜ ଗୁରୁତର ହୋଇପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦଳା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ତେବେ ଉକ୍ତ ସମୟରେ ଶିଶୁ ପୁତ୍ର ଅବସ୍ଥା ଗୁରୁତର ରହିଥିବା ବେଳେ ଏବେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ ଶିଶୁ ଜଣକ ଖାଦ୍ୟ ଖାଇ ନଥିବାରୁ ଔଷଧ ପ୍ରଭାବରେ ଏହା ହୋଇଥିବା କହିଛନ୍ତି ଆଶା ଦିଦି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.