ଘର ପାଖରେ ଖେଳୁଥିଲା ୨ ବର୍ଷର ଶିଶୁ, ଟ୍ରାକ୍ଟର ମାଡ଼ିଯାଇ ଚାଲିଗଲା ଜୀବନ

Published By : Prameya-News7 Bureau | June 11, 2022 IST

ପାଟଣା, ୧୧/୦୬: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବାଇଦବଜା ବଡ଼ସାହିରେ ଘଟିଛି ଅଘଟଣ । ଟ୍ରାକ୍ଟର ଧକ୍କାରେ ଦୁଇବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ମୃତକ ହେଲେ ଗ୍ରାମର ରାଜୁ ମୁଣ୍ଡାଙ୍କ ପୁଅ ସତ୍ୟବାନ ମୁଣ୍ଡା। ସୂଚନା ଅନୁସାରେ ଶିଶୁଟି ଘର ନିକଟରେ ଖେଳୁଥିବା ସମୟରେ ଟ୍ରାକ୍ଟରଟି ଧକ୍କା ଦେଇ ଉପରେ ଚଢ଼ି ଯାଇଥିଲା ସ୍ଥାନୀୟ ଲୋକେ ଶିଶୁପୁତ୍ରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପାଟଣା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥନାନ୍ତର କରିଥିଲେ । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛି । ଶିଶୁପୁତ୍ରର ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.