ବନବିଭାଗକୁ ସଫଳତା, ଗଛକାଟି ଗିରଫ ହେଲେ ୨ ଅଭିଯୁକ୍ତ

Published By : Prameya-News7 Bureau | July 13, 2021 IST

ଆନନ୍ଦପୁର୧୩/୭ : ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ରାମଚନ୍ଦ୍ରପୁର ସେକ୍ସନ୍ ଅଧିନ ପଟିଲୋ ସଂରକ୍ଷିତ ଜଙ୍ଗଲରେ ଗଛ କାଟୁଥିବା ସମୟରେ ୨ ଅଭିଯୁକ୍ତଙ୍କୁ କାବୁକରିବାରେ ସଫଳ ହୋଇଛି ବନବିଭାଗ । ଦୁଇ ଅଭିଯୁକ୍ତ ସ୍ଥାନୀୟ ଦାନ୍ତିଆ ଗ୍ରାମର ମଳୟ ମଲ୍ଲିକ୍ ଓ ଗଡବାନ୍ଦୋଗଡା ଗାଁର ଭ୍ରମବରବର ମୁଣ୍ଡା ।

ଦୀର୍ଘଦିନ ହେବ ଏମାନେ ମୁଲ୍ୟବାନ ଗଛକାଟି ବ୍ୟବସାୟ କରୁଥିବାବେଳେ ବନବିଭାଗ ଆଖିରେ ଧୁଳିଦେଇ ଖସି ପଳାଉଥିଲେ । ହେଲେ ଗତକାଲି ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଚଡାଉ ପରେ ବନବିଭାଗ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିବା କହିଛନ୍ତି ଫରେଷ୍ଟର ମଳୟ ସାହୁ । ଅଭିଯୁକ୍ତ କାଟିଥିବା ମୁଲ୍ୟବାନ ଗଛ ସହ ଗଛକଟାରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.