ମନ୍ଦିରକୁ ଯାଇ ଫେରିଲେନି ଦୁଇ ମହିଳା
4/05/2018 at 10:02 AM

ମଙ୍ଗଳାଙ୍କ ଦର୍ଶନ ପାଇଁ ଯାଉଛୁ କହି ପିଲାଙ୍କୁ ଧରି କୋଉଁଆଡେ ଚାଲିଯାଇଛନ୍ତି ଦୁଇ ଜଣ ମହିଳା । ଜଗତସିଂହପୁର ନାଉଗାଁ ଅନ୍ତର୍ଗତ ଶିଖର ଗାଁ ର ଏହି ଘଟଣାକୁ ନେଇ ଆଲୋଡନ । ମାର୍ଚ୍ଚ ୧୩ ତାରିଖ ଦିନ ଶିଖର ଗାଁର ସୟ ନାୟକଙ୍କ ସ୍ତ୍ରୀ ପଦ୍ମିନୀ ନାୟକ ଓ ତପନ ନାୟକଙ୍କ ସ୍ତ୍ରୀ ଗୀତାଲୀ ନାୟକ ସେମାନଙ୍କର ଦୁଇ ନାବାଳକ ପୁଅଙ୍କୁ ଧରି କାକଟପୁର ମଙ୍ଗଳା ମନ୍ଦିର ଉଦ୍ଦେଶ୍ୟରେ ବାହାରିଥିଲେ । କିନ୍ତୁ ସେଦିନଠୁ ସେମାନେ ଗାଁକୁ ଫେରି ନାହାନ୍ତି । ଘଟଣାଦିନ ସୟ ନାୟକ କିମ୍ବା ତାଙ୍କ ବୋଉ ଘରେ ନଥିଲେ । ଚେନ୍ନାଇରେ କାମ କରୁଥିବା ଗୀତାଲୀଙ୍କ ସ୍ବମୀ ତପନ ବି ନଥିଲେ । ସେଦିନଠୁ ଦୁଇ ମହିଳାଙ୍କ ମୋବାଇଲ ସ୍ବିଚ୍ଚଅଫ୍ । ମାର୍ଚ୍ଚ ୧୪ ଓ ୨୨ ତାରିଖରେ ନାଉଗଁ ଥାନାର ଉଭୟ ପରିବାର ଅଲଗା ଅଲଗା ଅଭିଯୋଗ କରିଛନ୍ତି । ଦୁଇ ମହିଳା ଗାଁରେ ଗଠିତ ଜଗନ୍ନାଥ ମହିଳା ସ୍ବୟଂ ସହାୟୀକା ଗୋଷ୍ଟିର ସଭାପତି ଓ ସଂପାଦକ ଥିଲେ । ସେମାନେ ଘରୁ ଟଙ୍କା ପଇସା ଓ ଗହଣା ଆଦି ଧରି ଚାଲିଯାଇଥିବାରୁ ଏହା ପଛରେ କିଛି ଯୋଜନା ବଦ୍ଧ ଉଦ୍ଦେଶ୍ୟ ଏବଂ କାହାରି ଚକ୍ରାନ୍ତ ଥିବା ସନ୍ଦେହ କରୁଛନ୍ତି ନିଖୋଜ ମହିଳାଙ୍କ ସ୍ବାମୀ ।
ଦୁଇ ମହିଳା କାକାଟପୁର ମଙ୍ଗଳାଙ୍କ ପାଖକୁ ଯିବାକୁ କହି ଅଟୋ ଡାକିଥିଲେ ବି ,ପୁରୀ ବସ୍ରେ ଯିବେ କହି ବସ୍ ଷ୍ଟାଣ୍ଡରେ ଅଟୋ ଛାଡିଥିଲେ । ଏପଟେ ଅଭିଯୋଗ ରଖିଥିବା ନାଉଗାଁ ପୋଲିସର ଭୂମିକା ନେଇ ସନ୍ଦେହ । ବିଭିନ୍ନ ଥାନାକୁ ମେସେଜ୍ ପାସ୍ କରି ପୋଲିସ ଚୁପ୍ । ଖୋଦ ତଦନ୍ତକାରୀ ଅଧିକାରୀ ଏକଥା କହୁଥିବା ବେଳେ, ତଦନ୍ତ ତରିକା ନେଇ ସ୍ପଷ୍ଟ ଉତ୍ତର ଦେଇ ନାହାନ୍ତି ।
ଘରେ କଳି ତକରାଳ ନଥିଲା । ସେପଟେ ଗୀତାଲୀ ଏକ ଚିଠିରେ ଘର ଛାଡିବା ନେଇ କେହି ଦାୟୀ ନୁହନ୍ତି ଲେଖିବା ବି ସନ୍ଦେହଜନକ । ସାର୍ଟିଫିକେଟ, ସୁନା ଗହଣା, ଟଙ୍କା ସହ ପୁଅକୁ ଧରି ଦୁଇ ମହିଳା ଘରଛାଡିବା ଘଟମାରେ କିଛି ନା କିଛି ମନ୍ଦ ଉଦ୍ଦେଶ୍ୟ ସନ୍ଦେହ ସ୍ବାଭାବିକ । ଏହା ପଛରେ କିଛି ମହିଳା- ଶିଶୁ ଚାଲାଣ ରାକେଟର ସଂପୃକ୍ତି ନାହିଁତ ? ସବୁ ପ୍ରଶ୍ନର ଉତ୍ତର ନେଇ ନଜର ପୋଲିସ ଉପରେ ।