ଗ୍ବାଲିୟର ବିଏସଏଫ ଏକାଡେମୀରୁ ୨ ମହିଳା କନଷ୍ଟେବଲ୍ ଫେରାର୍; ଗୁଇନ୍ଦାଗିରି କରୁଥିବା ସନ୍ଦେହ

Published By : Prameya-News7 Bureau | July 07, 2024 IST

ଗ୍ବାଲିୟର: ଗ୍ବାଲିୟରର ଟେକନପୁରରେ ଥିବା ବିଏସଏଫ ଏକାଡେମୀରୁ ୨ଜଣ ମହିଳା କନଷ୍ଟେବଲ୍ ଗାଏବ । ପ୍ରାୟ ଏକ ମାସ ହେବ ଦୁଇ ମହିଳାକର୍ମୀ ନିଖୋଜ ହୋଇଯାଇଛନ୍ତି । ଯାହାକୁ ନେଇ ସୁରକ୍ଷା ଏଜେନ୍ସିର ଚିନ୍ତା ବଢ଼ିଛି । କନଷ୍ଟେବଲ ଶାହାନା ଖାତୁନ ଓ ଆକାଂକ୍ଷା ନିଖେର ବିଏସଏଫ ଏଟିସି ଓ୍ବିଙ୍ଗ କାର୍ଯ୍ୟରତ ଥିଲେ । ଉଭୟ ଯୁଦ୍ଧ କୌଶଳରେ ନିପୁଣ ଥିଲେ । ଏଟିସି ଓ୍ବିଙ୍ଗ ହେଉଛି ସେନାର ଅସ୍ତ୍ରଶସ୍ତ୍ରଠୁ ନେଇ ସୁରକ୍ଷା ବ୍ୟବସ୍ଥା ସହିତ ଯୋଡ଼ି ହୋଇଥାଏ ।  କନଷ୍ଟେବଲ ଶାହାନା ଖାତୁନଙ୍କ ଘର ପଶ୍ଚିମବଙ୍ଗର ମୁର୍ଶିଦାବାଦ ହୋଇଥିବା ବେଳେ ଆକାଂକ୍ଷା ନିଖେରଙ୍କ ଘର ଜବାଲପୁରରେ । ଦୁଇ ସିପାହୀ ମୁର୍ଶିଦାବାଗ ଫେରାର୍ ହୋଇଯାଇଥିବା ସୂଚନା ମିଳିଛି । ମୁର୍ଶିଦାବାଦ ବାଂଲାଦେଶ ସୀମାକୁ ଲାଗି କରି ରହିଛି । ଏଠାରେ ରୋହଙ୍ଗିଆଙ୍କ ଗତିବିଧି ଅଧିକ ରହିଥିବାରୁ ସୁରକ୍ଷା ଏଜେନ୍ସିର ଚିନ୍ତା ବଢ଼ିଛି । ସେମାନେ ବିଏସଏଫ ଟେକାନପୁର ଏକାଡେମୀରୁ ଫେରାର ହୋଇ ଗୁଇନ୍ଦାଗିରି କରୁଥିବା ସନ୍ଦେଶ କରାଯାଉଛି ।   

ଆକାଂକ୍ଷା ନେଖର ଓ ଶାହାନା ଖାତୁନ ଉଭୟ ଅବିବାହିତ ମହିଳା କନଷ୍ଟେବଲ । ଏକାଡେମୀରେ ରହୁଥିବା ବେଳେ ଉଭୟ ପରସ୍ପର ଭଲ ବନ୍ଧୁ ଥିଲେ । ସେପଟେ ଆକାଂକ୍ଷାଙ୍କ ମା’ ଶାହାନାଙ୍କ ଉପରେ ଝିଅକୁ ଅପହରଣ କରିଥିବା ଅଭିଯୋଗ ଲଗାଇଛନ୍ତି । ମାତ୍ର ଷ୍ଟେସନରେ ଲାଗିଥିବା ସିସିଟିଭିରେ ଏପରି କିଛି ଫୁଟେଜ୍ କଏଦ ହୋଇନାହିଁ । ଦୁଇ ମହିଳା କନଷ୍ଟେବଲ ସାମାନ୍ୟ ଭାବେ ଯାଉଥିବାର ନଜରକୁ ଆସିଛି । ଯାହାଫଳରେ ସୁରକ୍ଷା ଏଜେନ୍ସିର ନିଦ ହଜିଗଲାଣି ।   

ଜୁନ୍ ମାସରେ  ଟେକାନପୁର ବିଏସଏଫ ଏକାଡେମୀରୁ ଶାହାନା ଓ ଆକାଂକ୍ଷା ସନ୍ଦିଗ୍ଧ ଅବସ୍ଥାରେ ଫେରାର୍ ହୋଇଯାଇଛନ୍ତି । ଯୁଦ୍ଧ କୌଶଳରେ ମାହିର ଥିବା ଦୁଇ ମହିଳା ନିଜ ନିଜର ମୋବାଇଲ ଡାଟା ଡିଲିଟ୍ କରି କରିଦେଇଛନ୍ତି । ଦୁଇ ଜଣଙ୍କ ମୋବାଇ ଏକାଡେମୀରୁ ମିଳିଥିଲେ ମଧ୍ୟରେ ସେଥିରୁ ସମସ୍ତ ଡାଟା ଡିଲିଟ୍ ହୋଇଯାଇଛି । ଏହାକୁ ନେଇ ସୁରକ୍ଷା ଏଜେନ୍ସିର ଚିନ୍ତା ବଢ଼ିଥିବା ବେଳେ ଦୁଇ କନଷ୍ଟେବଲଙ୍କୁ ଖୋଜିବା ଅଭିଯାନ ଆରମ୍ଭ କରି ଗୁଇନ୍ଦା ବିଭାଗ । ମୁର୍ଶିଦାବାଦ ବୋର୍ଡରେ ହାଇ-ଆଲର୍ଟ ଜାରି କରାଯାଇଛି । ବିଏସଏଫରୁ ସୂଚନା ମିଳିବା ପରେ ଗ୍ବାଲିୟରର ବିଲୋଆ ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.