ଦାରିଙ୍ଗବାଡି ଦୁଡୁବାଡା ନଦୀରେ ଭାସିଗଲେ ୨ ପର୍ଯ୍ୟଟକ, ଜଣେ ଉଦ୍ଧାର
18/12/2022 at 2:31 PM

ଦାରିଙ୍ଗବାଡି ୧୮।୧୨: ଓଡ଼ିଶାର କାଶ୍ମୀରୀ ଦାରିଙ୍ଗବାଡିର ଲଭର୍ସ ପଏଣ୍ଟ ଦୁଡୁବାଡ଼ା ନଦୀରେ ଅଘଟଣ । ପୁରୀରୁ ଆସିଥିବା ଦୁଇ ପର୍ଯ୍ୟଟକ ଭାସିଗଲେ। ସୂଚନା ଅନୁଯାୟୀ ସେଠାରେ ସମସ୍ତ ଭୋଜିରେ ମସଗୁଲ୍ ଥିବା ବେଳେ ଦୁଇ ଜଣ ନଦୀରେ ଗାଧୋଇବାକୁ ଯାଇଥିଲେ। ସେହି ସମୟରେ ହଠାତ୍ ଭାସିଯାଇଥିବାର କୁହାଯାଉଛି।
ତେବେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣକ ନିଖୋଜ ଅଛନ୍ତି। ଏନେଇ ଉଦ୍ଧାର କରିବା ପାଇଁ ଲୋକେ ଚେଷ୍ଟା ଜାରି ରଖିଛନ୍ତି। ହେଲେ ଅଘଟଣ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲେ ମଧ୍ୟ , ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ପହଞ୍ଚି ପାରି ନାହିଁ।