ପୁଣି ମାତିଲେ ରାକେଟର, STF କବଜାରେ ବାଘ ଛାଲ ବେପାରୀ

Published By : Prameya-News7 Bureau | October 06, 2021 IST

ଭୁବନେଶ୍ୱର ୦୬/୧୦: ପୁଣି STF ପଞ୍ଝାରେ ବାଘଛାଲ ବେପାରୀ । ବାଘ ଛାଲ ଡିଲ୍ ଚାଲିଥିବା ବେଳେ ବେପାରୀଙ୍କୁ ମାଡି ବସିଲା STF । କନ୍ଧମାଳ ଜିଲ୍ଲା ବାଲିଗୁଡା ସିପ୍ତିଗୁଡା ଗାଁରେ ଡିଲ୍ ଚାଲିଥିବା ବେଳେ STFର ଚଢାଉ । ବାଲିଗୁଡା ବନ ବିଭାଗ ଅଧିକାରୀଙ୍କ ସହାୟତାରେ ଚଢାଉ କରିଥିଲା STF ।

ଗିରଫ ବେପାରୀ ହେଲେ ବାଲିଗୁଡା ହାଟପଦା ସାହିର ବିଦ୍ୟାଧର ନାୟକ । ତା ନିକଟରୁ ଗୋଟିଏ ବାଘ ଛାଲ ଜବତ ହୋଇଛି । ଗତ ବର୍ଷକମଧ୍ୟରେ STF ୧୬ଟି ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୪ଟି ଜୀବନ୍ତ ବଜ୍ରକାପ୍ତା ଏବଂ ୧୫ କେଜି ବଜ୍ରକାପ୍ତା କାତି ଜବତ କରିବା ସହ ୩୩ ଜଣ ଅପରାଧୀଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.