ଘଟଗାଁରେ ଗୋରୁ ବେପାରୀଙ୍କ କବଳରୁ ୨ ଶିଶୁ ଉଦ୍ଧାର ; ୭ଜଣ ଗିରଫ
24/09/2018 at 10:07 AM

କେନ୍ଦୁଝର ୨୪|୯: ଗୋରୁ ବେପାରୀଙ୍କ କବଳରୁ ୨ ଶିଶୁଙ୍କୁ ଉଦ୍ଧାର କଲେ ଗ୍ରାମବାସୀ । ଘଟଗାଁ ହରିଚନ୍ଦନପୁର ଥାନା ନନ୍ଦରା ଗାଁର ଘଟଣା । ଗ୍ରାମବାସୀ ହାତୀ ଘଉଡାଇବାକୁ ଗାଁ ମୁଣ୍ଡରେ ଜଗିଥିବାବେଳେ ୭ ଜଣ ଲୋକ ୩ଟି ବାଇକରେ ଆସି ଶିଶୁଙ୍କୁ ନେଇଯାଉଥିବାର ଦେଖିଥିଲେ । ପିଲାଚୋରି ସନ୍ଦେହ ହେବାରୁ ଗାଁ ଲୋକେ ସେମାନଙ୍କୁ ଅଟକାଇଥିଲେ । ଶିଶୁଙ୍କୁ ଜୋର ଜବରଦସ୍ତ ନେଇଯାଉଥିବା ଜାଣିବା ପରେ ଶିଶୁଙ୍କୁ ଉଦ୍ଧାର କରି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ୭ ଜଣ ଗୋରୁ ବେପାରୀଙ୍କୁ ଗିରଫ କରିଛି । ଉଦ୍ଧାର ୨ ଶିଶୁ ତୁରୁମୁଙ୍ଗା ଥାନା ଜାମୁନାଳିଆ ଗାଁର ରାଜୁ ମୁଣ୍ଡା, ଦାଦୁଲୁ ମୁଣ୍ଡା । ଗୋରୁ ବେପାରୀମାନେ ତେଲକୋଇ ଥାନା କାଳିଆହତା ଅଞ୍ଚଳର ବୋଲି ଜଣାପଡିଛି ।
Related Posts
ସ୍କୁଲରୁ ଘରକୁ ଫେରୁଥିଲେ ମହିଳା, ଅଧାରାସ୍ତାରେ ଏସିଡ ମାଡ କଲେ ଦୁର୍ବୃତ୍ତ
8 February 2023