oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜମ୍ମୁ-କାଶ୍ମୀର : ସେନା ଗୁଳିରେ ଟଳିଲେ ୨ ଆତଙ୍କବାଦୀ, ସର୍ଚ୍ଚ ଅପରେସନ ଜାରି

26/12/2020 at 8:53 AM

ଶ୍ରୀନଗର,୨୬/୧୨:  ଜମ୍ମୁ-କାଶ୍ମୀରର ସୋପିଆନ ସେକ୍ଟରରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଶୁକ୍ରବାର ସନ୍ଧ୍ୟାରୁ ଜାରି ରହିଥିବା ଏହି ଗୁଳି ବିନିମୟରେ ଏବେସୁଦ୍ଧା ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାସହ ୨ ଜଣ ଯବାନ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ବିଳମ୍ବିତ ରାତ୍ରରେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କୁ ନିପାତ କରିଥିଲେ । ଆହୁରି ମଧ୍ୟ ଏକ ଘରେ ୨ଜଣ ଆତଙ୍କବାଦୀ ଛପି ରହିଥିବା ସନ୍ଦେହ କରାଯାଉଛି । ନିପାତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପାକିସ୍ତାନୀ ବୋଲି ଜଣାପଡିଛି ।

ସୂଚନାନୁସାରେ, ସୁରକ୍ଷାକର୍ମୀଙ୍କୁ ସୋପିଆନ କନିଗାମର ଏକ ଘରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା । ଏହାପରେ ପୋଲିସ ଓ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ପ୍ରଥମେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ କହିଥିଲେ । କିନ୍ତୁ ସେମାନେ ଓଲଟା ଗୁଳିମାଡ କରିଥିଲେ । ସୁରକ୍ଷାକର୍ମୀ ମଧ୍ୟ ପୋଜିସନ ନେଇ ଏହାର ପାଲଟା ଜବାବ ଦେଇଥିଲେ । ୨ ଜଣ ଆତଙ୍କବାଦୀ ଖସି ଯିବାକୁ ଉଦ୍ୟମ କରୁଥିଲେ ମଧ୍ୟ ଯବାନଙ୍କ ଗୁଳିରେ ନିହତ ହୋଇଥିଲେ । ଆହୁରି ମଧ୍ୟ ୨ ଜଣ ଆତଙ୍କବାଦୀ ଘରେ ଲୁଚିଥିବା ଜଣାପଡିଛି । ଏହି ଗୁଳି ବିନିମୟରେ ୨ ଯବାନ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଶନିବାର ସକାଳେ ଘରେ ଲୁଚିଥିବା ଆତଙ୍କବାଦୀମାନେ ପୁଣି ଗୁଳିମାଡ ଆରମ୍ଭ କରି ଦେଇଛନ୍ତି । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଉଛନ୍ତି । ଏବେବି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।

   Related Posts