ପୁଲଓ୍ୱାମାରେ ଏନକାଉଣ୍ଟର, ୨ ଆତଙ୍କବାଦୀ ସଫା

Published By : Prameya-News7 Bureau | May 02, 2020 IST

ଶ୍ରୀନଗର, ୦୨|୦୫: ଜମ୍ମୁ-କାଶ୍ମୀରର ପୁଲଓ୍ୱାମା ଜିଲ୍ଲାରେ ଶନିବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୨ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏବେ ମଧ୍ୟ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

wp:core-embed/twitter {"url":"https://twitter.com/ANI/status/1256421637580300288?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1256421637580300288\u0026ref_url=https%3A%2F%2Fhindi.news18.com%2Fnews%2Fnation%2Ftwo-terrorists-have-been-neutralised-in-the-encounter-between-terrorists-and-security-forces-in-pulwama-jammu-and-kashmir-3073567.html","type":"rich","providerNameSlug":"twitter","className":""}
https://twitter.com/ANI/status/1256421637580300288?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1256421637580300288&ref_url=https%3A%2F%2Fhindi.news18.com%2Fnews%2Fnation%2Ftwo-terrorists-have-been-neutralised-in-the-encounter-between-terrorists-and-security-forces-in-pulwama-jammu-and-kashmir-3073567.html
/wp:core-embed/twitter

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଦକ୍ଷିଣ କାଶ୍ମୀରର ଦଙ୍ଗେରପୁରା ଗ୍ରାମରେ ଆତଙ୍କବାଦୀ ଲୁଚିଥିବା ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଶନିବାର ସକାଳେ ଏହି ଅଞ୍ଚଳକୁ ସୁରକ୍ଷାକର୍ମୀମାନେ ଘେରିଯାଇଥିଲେ । ଏହାସହ ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ କରିଥିଲେ । ଏହି ସମୟରେ ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ । ସୁରକ୍ଷାକର୍ମୀ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏଥିରେ ୨ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ ।

କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍ ଜାରି ରହିଛି । ଏହି ସମୟରେ କାଶ୍ନୀରରେ ଆତଙ୍କବାଦୀଙ୍କ ଗତିବିଧୀ ମଧ୍ୟ ବଢିଯାଇଛି । ତେବେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କୁ କାଉଣ୍ଟର ଦେବାରେ ସଫଳ ମଧ୍ୟ ହେଉଛନ୍ତି । ଚଳିତ ବର୍ଷ ଘାଟିରେ ଏପ୍ରିଲ ମାସରେ ସର୍ବାଧିକ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହା ମଧ୍ୟରୁ ଅଧିକାଂଶ ଆତଙ୍କବାଦୀ ପାକିସ୍ତାନୀର ବିଭିନ୍ନ ସଙ୍ଗଠନ ସହ ଜଡିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.