ଖରାପ ଗ୍ରେଡ୍ ଦେବାକୁ ନେଇ ଶିକ୍ଷୟିତ୍ରୀଙ୍କୁ ହତ୍ୟା କଲେ ଦୁଇ ଛାତ୍ର !

Published By : Prameya-News7 Bureau | November 03, 2022 IST

ୱାଶିଂଟନ : ଖରାପ ଗ୍ରେଡ ମିଳିବା ପରେ ଶିକ୍ଷୟିତ୍ରୀଙ୍କୁ ଦୁଇ ଛାତ୍ର କତିଥ ରୂପେ ହତ୍ୟା କରିଥିବା ଖବର ସାମନାକୁ ଆସିଛି । ଖରାପ ଗ୍ରେଡକୁ ନେଇ ଦୁଇ ଛାତ୍ର ରାଗରେ ଥିଲେ । ବେସ୍‌ବଲ ବ୍ୟାଟରେ ଶିକ୍ଷୟିତ୍ରୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଜଣାପଡ଼ିଛି । ତେବେ ଜଣେ ଅଭିଯୁକ୍ତ ଛାତ୍ର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି । ଛାତ୍ର ଅନୁସାରେ, ମୁଖା ପିନ୍ଧି ଆସିଥିବା କିଛି ଦୁର୍ବୃତ୍ତ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିଛନ୍ତି । ସେ କେବଳ ଘଟଣାସ୍ଥଳରେ ଉପସ୍ଥିତ ଥିଲା । ତେବେ କୋର୍ଟରେ ଏହି ମାମଲାରେ ଅନେକ ଚକିତ କଲା ଭଳି ଖୁଲାସା ହୋଇଛି ।

ରିପୋର୍ଟ ଅନୁସାରେ, ନୋହେମା ଗ୍ରେବର ଆମେରିକାର ଆଇଓୱା ସହରର ଏକ ହାଇସ୍କୁଲରେ ସ୍ପେନିସ୍ ଭାଷାର ଶିକ୍ଷୟିତ୍ରୀ ଥିଲେ । ୨୦୨୧ ନଭେମ୍ୱରରେ ତାଙ୍କୁ ହତ୍ୟା କରାଯାଇଥିଲା । ଦାବି ଅନୁସାରେ, ଶେଷ ମୁହୂର୍ତ୍ତ ଯାଏଁ ଶିକ୍ଷୟିତ୍ରୀଙ୍କୁ ଛାତ୍ରମାନେ ମାଡ ମାରିଥିଲେ । ପୋଲିସ ଏହି ମାମଲାରେ ହାଇସ୍କୁଲ ଛାତ୍ର ବିଲର୍ଡ ମିଲର ଏବଂ ଜେରେମି ଗୁଡେଲଙ୍କୁ ଗତ ବର୍ଷ ଗିରଫ କରାଯାଇଥିଲା । ସେତେବେଳେ ଦୁହିଁଙ୍କ ବୟସ ୧୬ ବର୍ଷ ଥିଲା ।

୨୦୨୧ ମସିହା ନଭେମ୍ୱର ୨ରେ ହାଇସ୍କୁଲ ବାହାରେ ଶିକ୍ଷୟିତ୍ରୀଙ୍କୁ ଅଭିଯୁକ୍ତ ଛାତ୍ର ମିଲର ଭେଟିଥିବା ପୋଲିସ ତଦନ୍ତରେ ସାମନାକୁ ଆସିଥିଲା । ଏହି ସମୟରେ ମିଲର ଖରାପ ଗ୍ରେଡକୁ ନେଇ ଶିକ୍ଷୟିତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଖରାପ ଗ୍ରେଡକୁ ନେଇ ଗ୍ରେବରଙ୍କୁ ହତ୍ୟା କରାଯାଇଥିବା ସରକାରୀ ଓକିଲ କହିଥିଲେ । ହତ୍ୟାପରେ ଗ୍ରେବରଙ୍କ ମୃତ ଶରୀରକୁ ସେ ପ୍ରତିଦିନ ବୁଲିବାକୁ ଯାଉଥିବା ପାର୍କରେ ଫୋପାଡି ଦେଇଥିଲେ । ଦୁଇ ଜଣ ଗ୍ରେବର ମୃତ ଦେହକୁ ଫୋପାଡି ଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.