ଆମେରିକାରେ ବଢୁଛି ହିଂସା; ଉତ୍ତର କାଲିର୍ଫଣ୍ଣିଆ ୩ଟି ସ୍ଥାନରେ ଗୁଳିକାଣ୍ଡ, ୯ମୃତ, ୩ ଗୁରୁତର

Published By : Prameya-News7 Bureau | January 24, 2023 IST

କାଲିର୍ଫଣ୍ଣିଆ: ଆମେରିକାରେ ଭିନ୍ନ ଭିନ୍ନ ତିନୋଟି ସ୍ଥାନରେ ଗୁଳିମାଡ଼ ହୋଇଛି । ଏଥିରେ ୯ଜଣଙ୍କ ମୄତ୍ୟୁ ହୋଇଛି । ଉତ୍ତର କାଲିର୍ଫଣ୍ଣିଆର ୨ଟି ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହା କିଛି ଘଣ୍ଟା ପରେ ଆୟୋବା ରାଜ୍ୟରେ ବନ୍ଧୁକଧାରୀମାନେ ଭିଡ଼ ସ୍ଥାନରେ ଗୁଳିମାଡ଼ କରିଥିଲେ । ଏଥିରେ ୨ଜଣ ପ୍ରାଣ ହରାଇଛନ୍ତି । ଏହାର ଦୁଇଦିନ ପୂର୍ବରୁ ଲାଁସ ଏଞ୍ଜିଲ୍ସରେ ଗୁଳିକାଣ୍ଡ ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିଲା ।

ଏଏଫପିର ରିପୋର୍ଟ ମୁତାବକ, ଆମେରିକାରରେ ଥମୁନି ଗୁଳିକାଣ୍ଡ। ଲାଁସ ଏଞ୍ଜିଲ୍ସରେ ଗୁଳିକାଣ୍ଡର ୪୮ଘଣ୍ଟା ନପୂରୁଣୁ ପୁଣି ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି । ତିନୋଟି ଗୁଳିକାଣ୍ଡ ଘଟଣାରେ ୯ଜଣଙ୍କ ମୃତ୍ୟୁ ହୋଇଛି । ଉତ୍ତର କାଲିର୍ଫଣ୍ଣିଆର ହାଫ୍‌ ମୁନ୍ ଅଞ୍ଚଳରେ ବନ୍ଧୁକଧାରୀମାନେ ଭିଡ଼ରେ ଅତର୍କିତ ଗୁଳିମାଡ଼ କରିଥିଲେ । ଏଥିରେ ପ୍ରାୟ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ଘଟଣାରେ ଦୁଇଜଣ ସନ୍ଦିଗ୍ଧକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ସୈନ ମେଟୋ କାଉଣ୍ଟି ଶରିଫ୍‌ ।

{"id":736898,"width":839,"height":472,"sizeSlug":"full","linkDestination":"none"}

ସେହିପରି ସୈନ ଫ୍ରାନ୍ସିକୋର ଦକ୍ଷିଣ ପ୍ରାନ୍ତରେ ୨ଟି ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଆୟୋବାର ସୁଟିଂ ଷ୍ଟଟର୍ସ ରାଇଟ୍‌ ହିୟରରେ ଥିବା ଶୈକ୍ଷିକ ପରାମର୍ଶ କେନ୍ଦ୍ରରେ ବନ୍ଧୁକଧାରୀମାନେ ଗୁଳିମାଡ଼ କରିଥିଲେ। ଏଥିରେ ୨ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସମାଚାର ଏଜେନ୍ସି ଏଏଫପିର ଡେସ୍ ମୋଇନେସ୍ ପୋଲିସ ବିଭାଗ ପ୍ରବକ୍ତାଙ୍କ ସୂଚନା ମୁତାବକ, ଗୁଳିମାଡ଼ ପରେ ୨ ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଜଣେ ଶିକ୍ଷକ ମଧ୍ୟ ଆହତ ହୋଇଛନ୍ତି ।

ମେ’ ମାସ ପରେ ଆମେରିକାର ଲାଁସ ଏଞ୍ଜିଲ୍ସରେ ସବୁଠାରୁ ଘାତକ ଗୁଳିକାଣ୍ଡ ହୋଇଥିଲା । ଏଥିରେ ୧୧ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାର ୪୮ଘଣ୍ଟା ପରେ ପୁଣି ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି । ୩ଟି ସ୍ଥାନରେ ବନ୍ଧୁକଧାରୀ ଗୁଳିମାଡ଼ ଯୋଗୁ ୯ଜଣ ପ୍ରାଣ ହରାଇଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.