ପରୀକ୍ଷାଫଳ ବାହାରିବା ପୂର୍ବରୁ ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ସନ୍ଦେହ ଜନକ ମୃତ୍ୟୁ

Published By : Prameya-News7 Bureau | May 18, 2018 IST

ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ସନ୍ଦେହ ଜନକ ମୃତ୍ୟୁ। ଘରେ କେହି ନଥିବା ବେଳେ ପରୀକ୍ଷାର୍ଥୀ ଜଣକର ମୃତ୍ୟୁ ଘଟିଛି। ତାହା ପୁଣି ଶରୀର ସାରା ନିଆଁରେ ପୋଡି ହୋଇଯାଇଥିବା ଦେଖାଯାଇଛି। କିଏ ନିଆଁରେ ପୋଡି ଦେଇଛି ନା ନିଜେ ପରୀକ୍ଷାର୍ଥୀ ଜଣକ ଆତ୍ମହତ୍ୟା କରିଛି! ମୃତ୍ୟୁର କାରଣ ଏବେ ପର୍ଯ୍ୟନ୍ତ ଅସ୍ପଷ୍ଟ ହୋଇପଡିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଫାଷ୍ଟ୍‌ଗେଟ୍ ଗାୟତ୍ରୀନଗର ଅଞ୍ଚଳରେ। ଯୁକ୍ତ ଦୁଇ ପରୀକ୍ଷାର୍ଥୀ ରାଜେଶ କୁମାର ପଣ୍ଡା ପୂର୍ବରୁ ଦୁଇଥର ବିଜ୍ଞାନ ପରୀକ୍ଷାରେ ଅସଫଳ ହୋଇ ପୁଣି ଥରେ ପରୀକ୍ଷା ଦେଇଥିଲେ। ଆସନ୍ତାକାଲି ପରୀକ୍ଷାଫଳ ବାହାରିବା ପୂର୍ବରୁ ଗତକାଲି ରାତିରେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଛି। ଘରେ କେହି ନଥିବା ବେଳେ ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାରବର୍ଗ କହିଛନ୍ତି। ଏଣ୍ଟ୍ରାସ୍ ପାଇଁ ପ୍ରସ୍ତୁତ ହେଉଥିଲା ମୃତକ ଛାତ୍ର ଜଣକ। ବଜାରକୁ ଯିବା ବେଳେ ପାଠ ପଢୁଥିଲା। ବଜାରରୁ ଘରକୁ ଫେରି ଉପର ଘରେ ପାଠ ପଢୁଥିବା ଛାତ୍ରଙ୍କୁ ଖାଇବାକୁ ଡାକିଥିଲା। ଡାକ ନଶୁଣିବାରୁ ଉପର ଘରକୁ ଯାଇ ଦେଖିବା ବେଳକୁ ପୋଡି ହୋଇ ପଡିଥିବା ଦୃଶ୍ୟ ଦେଖିଥିବା କହିଛନ୍ତି ମୃତକଙ୍କ ମାଆ। ଏ ସଂପର୍କରେ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ଶବକୁ ପୁଲିସ ଜବତ କରି ପୋଷ୍ଟମୋର୍ଟମ୍ ପାଇଁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ୍‌କୁ ପଠାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ କହିଛି। ଯଦି କାହାର ଭୂଲ୍ ଥାଏ ତେବେ ତାହା ବିଋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍.ଡି.ପି.ଓ ପ୍ରଭାତ ରାଉତ ରାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.