ପବଜୀ ସାଜିଲା ମୃତ୍ୟୁଦୂତ, ଅନ୍‌ଲାଇନ୍‌ ଖେଳି ଖେଳି ଜୀବନ ହାରିଦେଲେ ଆଶିଷ

Published By : Prameya-News7 Bureau | November 11, 2023 IST

ସୋରୋ ୧୧/୧୧: ପୁଣି ଘାତକ ହେଲା ଅନଲାଇନ୍ ଗେମ୍ । ଖେଳ ଖେଳରେ ଚାଲିଗଲା ଜୀବନ । ମାଆ କୋଳରୁ ଛଡାଇ ନେଲା ପୁଅକୁ । ଘଟଣା ଘଟିଛି ସୋର ଥାନା କୋଚିଆକୋଇଲିରେ ।

ସୂଚନା ଥାଉକି, ସେହି ଗ୍ରାମର ଶରତ ମଲିକଙ୍କ ପୁଅ ଆଶିଷ । ଅନନ୍ତପୁର ସାରସ୍ବତ ମହାବିଦ୍ୟାଳୟରେ +୨ ପାଠ ପଢୁଥିବା ଆଶିଷ ଗତ ଦୁଇମାସ ଧରି ପପ୍ ଜି ଗେମ ଖେଳୁଥିଲା । କିଛିଦିନ ଧରି ସେ ମାନସିକ ଅବସାଦ ଦେଇ ଗତି କରୁଥିଲା । ଶୁକ୍ରବାର ଅପରାହ୍ନରେ ମାକୁ ଡ଼ାକ୍ତର ଦେଖାଇ ଫେରି ପୁଣି ଅନନ୍ତପୁର ଯାଇ ସନ୍ଧ୍ୟାରେ ଘରକୁ ଫେରିଥିଲେ ।

ହେଲେ ସଂଧ୍ୟାରେ ଫ୍ୟାନରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିଲେ ଆଶିଷ । ପଡ଼ିଶାମାନେ ତାର ଶବକୁ ଉଦ୍ଧାର କରି ଅନନ୍ତପୁର ଡ଼ାକ୍ତରଖାନକୁ ଆଣିଥିଲେ । ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

you can also read....

wp:embed {"url":"https://www.prameyanews7.com/two-student-missing-in-soro/","type":"wp-embed","providerNameSlug":"prameya-news-7"}
https://www.prameyanews7.com/two-student-missing-in-soro/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.