ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | February 23, 2024 IST

ବ୍ରହ୍ମପୁର ୨୩/୦୨: ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ । ମୃତ ଛାତ୍ର ଜଣଙ୍କ ବ୍ରହ୍ମପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷ ଛାତ୍ର ଦେବାଶିଷ ସେଠୀ । ତାଙ୍କ ଘର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ସୂର୍ଯ୍ୟବିହାର ଦ୍ବିତୀୟ ଲାଇନ୍ ରେ । ତେବେ ତାଙ୍କ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ ।

ସୂଚନା ଥାଉକି, ବନ୍ଦ୍ ଘରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଗୁରୁବାର ଦେବାଶିଷଙ୍କର ଫିଜିକ୍ସ ପରୀକ୍ଷା ଥିଲା । ପରୀକ୍ଷା ପରେ ଦେବାଶିଷ ଘରକୁ ଫେରିଥିଲେ। ଖାଇ ପିଇ ନିଜ ରୁମ୍‌କୁ ରେଷ୍ଟ ନେବାକୁ ଯାଇଥିଲେ । ହେଲେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ନିଜ ରୁମ୍‌ର କବାଟ ଖୋଲି ନଥିଲେ ଦେବାଶିଷ । ଯାହାକୁ ନେଇ ଚିନ୍ତାରେ ପଡିଯାଇଥିଲେ ପରିବାର ଲୋକ ।

ପୁଅ ରୁମ୍‌ର କବାଟ ବାଡ଼େଇଲେ ବି ଖୋଲିନଥିଲେ । ବାଧ୍ୟହୋଇ କବାଟ ତାଡ଼ିବା ପରେ ରୁମରୁ ଦେବାଶିଷଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦେବାଶିଷଙ୍କୁ ମୃତ ଘୋଷଣା କରିଥିଲେ। ଯାହା ଜଣାପଡୁଛି ପରୀକ୍ଷା ଚାପରେ ଏମିତି କରିଥାଇପାରନ୍ତି ।

you can also read...

wp:embed {"url":"https://www.prameyanews7.com/bhdrak-student-sucide-before-exam/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bhdrak-student-sucide-before-exam/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.