ହକି ବିଶ୍ୱକପ୍‌ ୨୦୨୩ ପାଇଁ ଭୁବନେଶ୍ୱରରୁ ରାଉରକେଲାକୁ ଚାଲିବ ୨ଟି ସ୍ୱତନ୍ତ୍ର ଟ୍ରେନ୍‌

Published By : Prameya-News7 Bureau | January 11, 2023 IST

ଭୁବନେଶ୍ୱର ୧୧/୦୧: ଜାନୁୟାରୀ ୨୦୨୩ରେ ଭୁବନେଶ୍ୱର ଏବଂ ରାଉରକେଲାରେ ହେବାକୁ ଥିବା FIH (ଏଫଆଇଏଚ) ହକି ପୁରୁଷ ବିଶ୍ୱକପ ୨୦୨୩ ସମୟରେ ଯାତ୍ରୀଙ୍କ ଚାହିଦା ଏବଂ ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ୨ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ନେଇଛି।

୦୨୮୩୪ ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଭୁବନେଶ୍ୱରରୁ ଜାନୁୟାରୀ ୧୪ ରୁ୩୦ ମଧ୍ୟରେ ପ୍ରତ୍ୟେକ ସୋମବାର, ବୁଧବାର, ଗୁରୁବାର ଏବଂ ଶନିବାର ଦିନ ମାନଙ୍କରେ ସନ୍ଧ୍ୟା ୮ : ୨୫ରେ ଭୁବନେଶ୍ୱରରୁ ରାଉରକେଲା ଯାତ୍ରା କରିବ।

ଫେରିବା ବେଳେ ୦୨୮୩୩ ରାଉରକେଲା-ଭୁବନେଶ୍ୱର ସ୍ପେଶାଲ ରାଉରକେଲା ଠାରୁ ଜାନୁୟାରୀ ୧୫ ରୁ୩୧ ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଏବଂ ରବିବାର ଦିନ ମାନଙ୍କରେ ରାତ୍ରୀ ୧୧: ୨୫ ମି. ରେ ଭୁବନେଶ୍ୱର ଯାତ୍ରା କରିବ।

ଏହି ଟ୍ରେନରେ ଗୋଟିଏ ଏସି-2 ଟାୟାର, ତିନିଟି ଏସି-3 ଟାୟାର, ଆଠଟି ସ୍ଲିପର କ୍ଲାସ, ଚାରିଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ରହିବ। ଏହା ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ କଟକ, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ସମ୍ବଲପୁର ସିଟି ଏବଂ ଝାରସୁଗୁଡ଼ା ମଧ୍ୟରେ ରହଣି କରିବ ।

୦୨୮୩୬/୦୨୮୩୫ ପୁରୀ-ରାଉରକେଲା-ପୁରୀ ହକି ସ୍ପେଶାଲ୍ ଜାନୁୟାରୀ ୧୪ ରୁ ୩୧ ପର୍ଯ୍ୟନ୍ତ ପ୍ରତିଦିନ ଚଳାଚଳ କରିବ। ଏହି ଟ୍ରେନ ପୁରୀରୁ ସକାଳ ୫ଟା ୧୫ରେ ଛାଡି ରାଉରକେଲା ଠାରେ ଅପରାହ୍ନ ୧୨ଟା ୪୫ରେ ପହଞ୍ଚିବ। ଫେରିବା ବେଳେ ଏହା ରାଉରକେଲାରୁ ଅପରାହ୍ନ ୦୧: ୩୦ରେ ଛାଡି ପୁରୀ ଠାରେ ରାତି ୧୦:୩୦ରେ ପହଞ୍ଚିବ।

ଏହି ଟ୍ରେନରେ ଦୁଇଟି ଏସି -3 ଟାୟାର୍, ତିନିଟି ସ୍ଲିପର୍ କ୍ଲାସ୍, ଛଅଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଏବଂଜେନେରେଟର କାର୍ ରହିଛି। ଏହା ଉଭୟ ପୁରୀ ଓ ରାଉରକେଲା ମଧ୍ୟରେ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢ଼େଙ୍କାନାଳ, ତାଳଚେର ରୋଡ୍, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ସିଟି, ଝାରସୁଗୁଡ଼ା ଏବଂ ରାଜଗଙ୍ଗପୁର ଷ୍ଟେସନରେ ରହିବ।

ଏହା ବ୍ୟତୀତ ୦୨୮୩୨/୦୨୮୩୧ ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ସ୍ପେଶାଲ୍ ମଧ୍ୟ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ସୋମବାର, ବୁଧବାର ଏବଂ ଶନିବାର ଧାନବାଦରୁ ରାଉରକେଲା ଦେଇ ଚଳାଚଳ କରୁଛି।

ସେହିପରି ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସ, ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ, ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସ, ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ, ପୁରୀ-ରାଉରକେଲା-ପୁରୀ ଏକ୍ସପ୍ରେସ ଟ୍ରେନ ଗୁଡିକ ପ୍ରତିଦିନ ଭୁବନେଶ୍ୱରରୁ ରାଉରକେଲାକୁ ଚଳାଚଳ କରୁଛି।

ଏହାଛଡ଼ା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଭାୟା ଅନୁଗୁଳ ଓ ଝାରସୁଗୁଡା ଏବଂ ଭୁବନେଶ୍ୱର-ଆନନ୍ଦ ବିହାର ଏକ୍ସପ୍ରେସ ଟ୍ରେନ ଭାୟା ଅନୁଗୁଳ ଓ ଝାରସୁଗୁଡା ମଧ୍ୟ ଭୁବନେଶ୍ୱର ଏବଂ ରାଉରକେଲା ମଧ୍ୟରେ ସାପ୍ତାହିକ ଭାବେ ଉପଲବ୍ଧ  ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.